Indus Valley Times

ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ନୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା) ଦ୍ଵିତୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ

 Breaking News

ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ନୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା) ଦ୍ଵିତୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ

July 15
18:13 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୫/୭:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ନୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା)ର ଦ୍ଵିତୀୟ ତ୍ରୈମାସିକ ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,କଣ୍ଟାବାଞ୍ଜି ବିଧାୟକ,ଲକ୍ଷ୍ମଣ ବାଗ,ଜିଲ୍ଲା ପରିଷଦ,ଅଧ୍ୟକ୍ଷା,ଦେବକୀ ସାହୁ, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଏବଂ ଉପ ମୁଖ୍ୟମନ୍ତ୍ରୀ ତଥା ବିଧାୟକ,ପାଟଣାଗଡଙ୍କ ପ୍ରତିନିଧି,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ତଥା ବିଧାୟକ,ଲୋଇସିଂହା ଙ୍କ ପ୍ରତିନିଧି,ବିଧାୟକ ଟିଟିଲାଗଡଙ୍କ ପ୍ରତିନିଧି,ବିଧାୟକ,ବଲାଙ୍ଗିରଙ୍କ ପ୍ରତିନିଧି,ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି,ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ,ପାଟଣାଗଡ ଉପଜିଲ୍ଲାପାଳ ସୁନିଲ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ସେମାନଙ୍କ ସହ ବିଭିନ୍ନ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଅଧ୍ୟକ୍ଷା,ଦିଶା କମିଟି ର ମନୋନୀତ ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ।ଖଣି,ଏନଆରଜିଏସ,ବୃହତ ଉଠା ଜଳସେଚନ,ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ,ଜାତୀୟ ରାଜପଥ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପଶୁ ପାଳନ,ଶିକ୍ଷା,ଦୂର ସଂଚାର,ନିର୍ମାଣଧିନ ରାସ୍ତା ଓ ବ୍ରିଜ୍ ଗୁଡିକର ସ୍ଥିତି ସମ୍ପର୍କରେ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ,ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା।
ସ୍ଵାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ବିକାଶ,ସମୃଦ୍ଧି ସକାଶେ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଯୋଜନା ଗୁଡିକ ଯେପରି ତୃଣମୁଳ ସ୍ତରରେ ପହଞ୍ଚିପାରିବ,ସେଥିପ୍ରତି ଯତ୍ନବାନ ହେବାକୁ ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକ ଶେଷରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31