Indus Valley Times

ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା ବୈଠକ

 Breaking News

ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା ବୈଠକ
May 24
10:46 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୪/୫: ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ।
ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ଅତିରିକ୍ତ ଜିଲାପାଳ ଡ଼ ବିଜୟାନନ୍ଦ ସେଠୀ,ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର,ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା,ଟିଟିଲାଗଡ଼ ଉପଜିଲ୍ଲାପାଳ ରହାନ ଖେତ୍ରି,ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟତଃ ଦାଦନ ସମସ୍ୟା ଓ ଏହାର ପ୍ରତିକାର ତଥା ହରଘର ଜଳ,ଗ୍ରାମୀଣ ଘର,ସ୍ବଛ ଭାରତ ମିଶନ,ମନରେଗା ସମ୍ପର୍କରେ ଆଲୋଚନା କରିଥିଲେ।
ମନରେଗାରେ ଶ୍ରମିକ ମାନଙ୍କୁ ଧାର୍ଯ୍ୟ ଦିନ କାମ ମିଳୁଛି ନା ନାହିଁ ପଚାରି ବୁଝିଥିଲେ। ସେହିପରି ଦାଦନ ସମସ୍ୟା କୁ କମ କରିବାକୁ ଅଧିକାରୀ କଣ ନୂତନ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରଶ୍ନ କରିଥିଲେ।ଚାଷୀଙ୍କ ଆୟ ପ୍ରତି ଅଧିକାରୀ ଯତ୍ନବାନ ହେଲେ ଚାଷୀ ଦାଦନ ଯିବା କମିବ।
ଜିଲ୍ଲା ପ୍ରଶାସନ ବିଭିନ୍ନ ସମସ୍ୟା ଗୁଡିକ କ୍ଲଷ୍ଟର ତିଆରି କରିଲେ ଅଧିକ ରୁ ଅଧିକ ସମାଧାନ ମିଳିବ ବୋଲି କହିଥିଲେ।ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ କୁ ଯାଇ ସମୀକ୍ଷା କରିବା ସହ ଘରକୁଘର ଯାଇ ମନରେଗା ବାବଦରେ କର୍ମ ନିଯୁକ୍ତି ମିଳୁଛି କି ନାହିଁ,କେହି କାମ ନ କରି ମିଛ ବିଲ ପାଇଥିଲେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ସାହାଯ୍ୟରେ କାମ ଯୋଗେଇ ଦିଆ ଯାଉଛି ଏବଂ ଏହି ସଂଖ୍ୟା ବଢେଇବାକୁ ସମସ୍ତ ଅଧିକାରୀଙ୍କୁ ସୂଚାଇ ଦେଇଥିଲେ।
ସରକାର ଲୋକଙ୍କ ପାଇଁ କାମ କରୁଛି ଏବଂ ଏଥିପାଇଁ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କ ଦରକାର ମୁତାବକ ପ୍ରକଳ୍ପ ହେଲେ ହିଁ ସମସ୍ୟା ର ସମାଧାନ ହେଇପାରିବ ବୋଲି ସେ ମତପ୍ରକାଶ କରିଥିଲେ।ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031