Indus Valley Times

ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ : ମୁଖ୍ୟମନ୍ତ୍ରୀ

 Breaking News

ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ : ମୁଖ୍ୟମନ୍ତ୍ରୀ

September 22
18:15 2025

ଭୁବନେଶ୍ୱର,୨୨/୯ : ନିଜ ଦେହରେ ନିଜେ ନିଆଁ ଲଗାଇଥିଲେ ବଳଙ୍ଗା ପୀଡିତା। ଫଳରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିଲା। ପୀଡିତା କହିଥିଲେ ଯେ ସେ ନିଜେ ନିଜ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ।
ଆଜି ବିଧାନସଭାରୁ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ବିଧାନସଭାରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।
ବିଧାୟକ ଅନନ୍ତ ନାରାୟଣ ଜେନା ପଚାରିଥିଲେ ଯେ ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ଜଣ ଦୁର୍ବୃତ୍ତ ସମ୍ପୃକ୍ତି ଥିବା ପୀଡିତା ବୟାନ ଦେଇଥିଲେ କି, ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣୀ ପୁଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା?
ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖି କହିଛନ୍ତି ଜୁଲାଇ ୧୯ ତାରିଖରେ ବଳଙ୍ଗା ଥାନାରେ ପୀଡିତାଙ୍କ ମାଆ ଅଭିଯୋଗ କରିଥିଲେ ଯେ କିଛି ଅଜଣା ଲୋକ ତାଙ୍କ ଝିଅକୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଏବଂ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ପରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା। ଏମ୍ସରେ ୧୪ଦିନ ଚିକିତ୍ସିତ ହେବା ପରେ ପୀଡିତା ଆଖି ବୁଜିଥିଲେ। ତେବେ ଆଖି ବୁଜିବା ପୂର୍ବରୁ ଜମାନବନ୍ଦୀ ଲିପିବଦ୍ଧ କରାଯାଇଥିଲା। ଯେଉଁଥିରେ ସେ ନିଜେ କିରୋସିନ ଢାଳି ନିଆଁ ଲଗାଇଥିବା କହିଥିଲେ। ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ କରି, ଚୂଡ଼ାନ୍ତ ରିପୋର୍ଟକୁ ମିଷ୍ଟେକ ଅଫ ଫ୍ୟାକ୍ଟ ଭାବେ ବଳଙ୍ଗା ଥାନା ତରଫରୁ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଦାଖଲ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930