Indus Valley Times

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ମାମଲା, ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଗୀତା ଉପହାର ଦେଲେ ଅନୁଭବ

 Breaking News

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ମାମଲା, ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଗୀତା ଉପହାର ଦେଲେ ଅନୁଭବ

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ମାମଲା, ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଗୀତା ଉପହାର ଦେଲେ ଅନୁଭବ
July 04
17:56 2022

କଟକ, ୪/୭: ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନୁଭବ । ୫ ଓ ୬ ତାରିଖ ଯାଏଁ ଚାଲିବ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ।
ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା ଉପରେ ସୋମବାର ଫ୍ୟାମିଲି କୋର୍ଟ କଟକ ଶୁଣାଣି କରିଛନ୍ତି ।
ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଦୁଇ ଦିନ ଧରି ଚାଲିବ ।
ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର ହୋଇଛି ।
ତେବେ ଜେରା ସରିବା ପରେ ବର୍ଷାଙ୍କ ଉଦ୍ଦେଶ୍ୟରେ ତାଙ୍କ ଓକିଲଙ୍କ ଜରିଆରେ ଅନୁଭବ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରିଥିବା ସୂଚନା ମିଳିଛି । ମଙ୍ଗଳବାର ପୁଣି ଏହି ମାମଲାର ଶୁଣାଣି କରାଯିବ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031