Indus Valley Times

ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

 Breaking News

ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
May 21
16:55 2022

ନୂଆପଡ଼ା,୨୧/୫: ଦିନ ଦ୍ୱିପହରରେ ବାପାପୁଅଙ୍କୁ ଆଖି ବୁଜା ଫାୟାରିଂ କଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ରାବଣ ଛକରେ।
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି। ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଛି। ବାପପୁଅଙ୍କ ପରିଚୟ ମିଳିନାହିଁ।
ଆଜି ସକାଳେ ବାପପୁଅ ବାଇକ୍ରେ ଯାଉଥିବା ବେଳେ ପଛୁରୁ ଏକ କାର୍ ଆସୁଥିଲା। ସିନାପାଲି ରାବଣ ଛକରେ କାର୍ରେ ଥିବା ଦୁର୍ବୃତ୍ତମାନେ ବାପାପୁଅଙ୍କୁ ୨ ରାଉଣ୍ଡ ଗୁଳି ଚାଳନା କରି ଚମ୍ପଟ ମାରିଥିଲେ।
ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ାକୁ ସ୍ଥାନାନ୍ତର କରାଯାଇଛି।
କାର୍ରେ କେତେଜଣ ଦୁର୍ବୃତ୍ତ ଥିଲେ ତାହା ଜଣାପଡ଼ିନାହିଁ। ବାପାପୁଅଙ୍କୁ କାହିଁକି ଦୁର୍ବୃତ୍ତମାନେ ଗୁଳିଚାଳନା କଲେ ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ବାଇକ୍ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031