Indus Valley Times

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ !

 Breaking News

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ !

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ !
December 14
19:35 2022

ଭୁବନେଶ୍ୱର, ୧୪/୧୨:ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ରାଜଧାନୀ ଭୁବନେଶ୍ୱର ରୁ ଆସିଛି। ସୋମବାର ଦିନ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ଵର ଥାନାରେ ମାମଲା ରୁଜୁ କରାଯାଇଥିଲା। ପୋଲିସ୍ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ- ମାଲିଙ୍ଗ, ଦୀପକ ଓ ସ୍ଵାଧୀନ।
ସୂଚନା ଅନୁସାରେ, ଗତ ରବିବାର ଦିନ ଅଭିଯୁକ୍ତ ଦୀପକ ଜନ୍ମଦିନ ପାଳନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ପାର୍ଟି ଚାଲୁ ଥିବାରୁ ଅଧିକ ହୋହାଲ୍ଲା ହେଉଥିଲା। ଏଥିରେ ଅତିଷ୍ଠ ହୋଇ ଜଣେ ମହିଳା ପଡ଼ୋଶୀ ହୋହାଲ୍ଲା ନକରିବାକୁ ସେମାନଙ୍କୁ କହିଥିଲେ। ହେଲେ ଅଭିଯୁକ୍ତମାନେ ତାଙ୍କ କଥାକୁ ଖାତିର କରିନଥିଲେ। ବରଂ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031