Indus Valley Times

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

 Breaking News

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ
July 07
10:19 2023

ସଞ୍ଜୟ କୁମାର ପାଣିଗ୍ରହୀଙ୍କ ରିପୋର୍ଟ

ବାଲିଗୁଡ଼ା,୭/୭: ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ତତ୍ବାବଧାନରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନଂ ଓ୍ବାର୍ଡ ଭଗାମୁଣ୍ଡା ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ୨୦୨୩ ପାଳନ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ,ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ ମଳିକ, ବରିଷ୍ଠ ଆଇନଜୀବି ତଥା ପ୍ରକୃତି ମିତ୍ର କୌଶିକ ସାହୁ, ୧୨୭ ବାଟାଲିୟନ ସିଆରପିଏଫ୍ ଇନ୍ସପେକ୍ଟର ମାନସ ସୁନ୍ଦରାୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା, ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।
ଗଛଟିଏ,ପିଲାଟିଏ । ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଆବଶ୍ୟକ । କେବଳ ବୃକ୍ଷରୋପଣ କରିଦେଲେ ହେବନାହିଁ ବରଂ ଛୋଟ ପିଲାର ଯେଭଳି ଯତ୍ନ ନିଆଯାଏ ସେଭଳି ଯତ୍ନ ନେବା ଦରକାର ବୋଲି କହିଛନ୍ତି ବିଧାୟକ । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା।
ଏଣୁ ଜଙ୍ଗଲର ସୁରକ୍ଷା କରିବା ସହ ବାଲିଗୁଡ଼ା ସହରକୁ ସବୁଜ ସୁନ୍ଦର ସହରାଞ୍ଚଳ ଭାବେ ଗଢ଼ି ତୋଳିବାକୁ ସଙ୍କଳ୍ପ ନେବା ବୋଲି ଅଞ୍ଚଳ ବାସୀଙ୍କୁ ଆହ୍ବାନ ଦେଇଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ।
ସେପଟେ ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ବାଲିଗୁଡ଼ା ଜଙ୍ଗଲ ନଷ୍ଟ ହେବା ଯୋଗୁଁ ପରିବେଶ ଏହାର ଗୁରୁତର ପ୍ରଭାବ ପଡ଼ୁଛି । ବନଖଣ୍ଡରେ ବନୀକରଣ ବୃଦ୍ଧି ପାଇଛି। ଏଣୁ ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ସାଂସଦ ପ୍ରତିନିଧି ଟୁନା ଦାସ । ଅନ୍ୟପଟେ ଏହି ଅବସରରେ ୪ ହେକ୍ଟର ଜମିରେ ପାଞ୍ଚ ହଜାର ବୃକ୍ଷରୋପଣ କରାଯାଇଛି ।
ଆଗାମୀ ଦିନରେ ମଧ୍ୟ ବାଲିଗୁଡ଼ା ବନଖଣ୍ଡରେ ଆହୁରି ଅଧିକ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆମର ପ୍ରୟାସ ଜାରୀ ରହିଛି । ଏଥିରେ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ବାଲିଗୁଡା ବ୍ଲକ୍ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
ବାଲିଗୁଡ଼ା,୭/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ସଭା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ୧୪ଗୋଟି ଗ୍ରାମ ପଞ୍ଚାୟତର ଧର୍ମପୀଠର ଉନ୍ନତି କରଣ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇଥିବାରୁ ବ୍ଲକର ସମୁହ ଜନ ପ୍ରତିନିଧି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧୂ ଟୁନା ଦାସ, ବ୍ଲକ୍ ବିଜେଡ଼ି ଉପସଭାପତି ବିଜେଶ୍ଵର ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷା ମିଶାବତୀ ମଳିକ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲିଗୁଡ଼ା ବାସୀଙ୍କୁ ଭଲ ପାଆନ୍ତି।
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଉନ୍ନତି ସଙ୍ଗେସଙ୍ଗେ ଅଞ୍ଚଳର ଜନସାଧାରଣ କିଭଳି ସମସ୍ତ ସରକାରୀ ଯୋଜନାର ସୁଫଳ ପାଇପାରିବେ ସେନେଇ ସର୍ବଦା ଚେଷ୍ଟିତ । ସାଢେ ଚାରିକୋଟି ଓଡ଼ିଶା ବାସୀଙ୍କୁ ନିଜ ପରିବାର ଭାବି ଓଡ଼ିଶାର ବିକାଶ ଧାରାଙ୍କୁ ଆଗେଇ ନେଉଛନ୍ତି ।
ଏଣୁ ଆମେ ସମସ୍ତେ ମିଳିମିଶି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ସହ ବିକାଶକୁ ଆହୁରି ତ୍ଵରାନ୍ବିତ କରିବା ବୋଲି ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ କହିଛନ୍ତି କ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ବ୍ଲକର ଉନ୍ନତିକୁ ଗୁରୁତ୍ଵ ଦେଇଛନ୍ତି । ଏଣୁ ଏହା ଏକ ଗର୍ବର ବିଷୟ କ୍ଷ
୫-ଟି ସଚିବଙ୍କ ଜରିଆରେ ଆମ ଅଞ୍ଚଳର ସମସ୍ୟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ ଜଣାଇଥିଲୁ । ଆମ ଦୁଃଖ ମାନ୍ୟବର ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ଆମ ବ୍ଲକର ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତି କରଣ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବାରୁ ବାଲିଗୁଡ଼ା ବ୍ଲକ୍ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧୂ ପରିଷଦ ପକ୍ଷରୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସମସ୍ତ ଜନ ପ୍ରତିନିଧି କହିଛନ୍ତି କ୍ଷ
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ସମେତ ୧୪ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ,ନାଏବ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନେ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031