Indus Valley Times

ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

 Breaking News

ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

August 02
21:23 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ସ୍ଥାୟୀ ସଭାପତି ଭାବେ ବାଲିଗୁଡା ଉପଜିଲ୍ଲାପାଳ ରହିଥିବା ଥିବା ବେଳେ ଉପସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ, ଉପଦେଷ୍ଟା ଭାବେ ଗଙ୍ଗାଧର ପଣ୍ଡା, ସୁରେନ୍ଦ୍ର କୁମାର ପାତ୍ର, ସମ୍ପାଦକ ଭାବେ ତିର୍ଥବାସି ଘଡାଇ, ଯୁଗ୍ମ ସମ୍ପାଦକ ଭାବେ ଏ.ଶ୍ରୀନିବାସ ଦୋରା, କୋଷାଧ୍ୟକ୍ଷ ଭାବେ ଶିବାନନ୍ଦ ପଟ୍ଟନାୟକ, କାର୍ଯ୍ୟକାରିଣୀ ସଭ୍ୟ ଭାବେ ରଞ୍ଜିତ କୁମାର ମହାନ୍ତି, ଦିବାକର ବେହେରା, ସୂର୍ଯ୍ୟ ନାରାୟଣ ସୁଆର, ରଞ୍ଜନ କୁମାର ନାୟକ, ଭଗବାନ ପଣ୍ଡା,ସୁଜିତ୍ କୁମାର ପାଳ , ଭଗବତୀ ପ୍ରସାଦ ସାବତ, ସମୀର ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ରୂପକ କୁମାର ନାୟକ ପ୍ରମୁଖ ଚୟନ ହୋଇଛନ୍ତି ।
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡା, ୨/୮:କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲପାଳ ଡା. ରୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ କରାଯିବା ପାଇଁ ନିଷ୍ପତି ନିଆ ଯାଇଛି । ୧୪ ତାରିଖ ପ୍ରତ୍ୟୁଷରେ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜିତ କରାଯିବ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବ ।
ଉକ୍ତ ଦିନ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏହି ଦିବସ ପାଳନ ହେବା ସହ ପ୍ୟାରେଡ ପ୍ରତିଯୋଗିତା ହେବ । ସନ୍ଧ୍ୟା ସମୟରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ ରହିଛି ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଡିଓ ଅଚ୍ୟୁତାନନ୍ଦ ଜାନି, ତହସିଲଦାର ଦିପ୍ତୀ ପ୍ରକାଶ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
କନ୍ଧମାଳରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି
କନ୍ଧମାଳ, ୨/୮ : କନ୍ଧମାଳ ଜିଲ୍ଲା ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ଜଣାଶୁଣା। ଶିକ୍ଷା, ସ୍ବାସ୍ଥ୍ୟ ସବୁ ଦୃଷ୍ଟିରୁ ଏହି ଜିଲ୍ଲା ଅନେକ ପଛରେ ରହିଛି। କେନ୍ଦ୍ର ସରକାର କନ୍ଧମାଳର ବିକାଶ ପାଇଁ ଏହାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ରହିଛି।
ଜିଲ୍ଲାର ଭିତ୍ତିଭୂମି ଅତି ଦୁର୍ବଳ। ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ କୌଣସି ସ୍ତରରେ ଗୁଣାତ୍ମକ ଶିକ୍ଷାଦାନର ସୁବିଧା ନାହିଁ। ଜିଲ୍ଲାରେ କୌଣସି ବଡ ଧରଣର ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ନାହିଁ।
ଏହି ଦୃଷ୍ଟିରୁ ଫୁଲବାଣୀ ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ। ଗୁରୁବାର ଲୋକସଭାରେ ଏ ବିଷୟ ଉପସ୍ଥାପନ କରି ସାଂସଦ କହିଛନ୍ତି, ବର୍ତ୍ତମାନ ଓଡିଶାରେ କେବଳ କୋରାପୁଟଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି।
ଭୌଗୋଳିକ ଦୃଷ୍ଟିରୁ କନ୍ଧମାଳ ରାଜ୍ୟର କେନ୍ଦ୍ରରେ ଅବସ୍ଥିତ। ତେଣୁ କନ୍ଧମାଳ ଜିଲ୍ଲା ତଥା ସମଗ୍ର ଲୋକସଭା କ୍ଷେତ୍ରର ଶିକ୍ଷାର ବିକାଶ ପାଇଁ ଏଠାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସାଂସଦ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଗତ ୩ ଦିନ ତଳେ ସାଂସଦ କନ୍ଧମାଳ ସଂସଦୀୟ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୬୦୦ ଟି ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି କରିଥିଲେ।
ବିଶେଷ କରି କନ୍ଧମାଳ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ଥିବାରୁ ଜିଲ୍ଲା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031