Indus Valley Times

ବାଲିଗୁଡା : ବାଲିଗୁଡା ବ୍ରାହ୍ମଣ ସମାଜର ମାସିକ ବୈଠକ

 Breaking News

ବାଲିଗୁଡା : ବାଲିଗୁଡା ବ୍ରାହ୍ମଣ ସମାଜର ମାସିକ ବୈଠକ

August 26
21:18 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ‘ଦକ୍ଷିଣ କାଳୀ ମନ୍ଦିର ପରିସର ମଧ୍ୟରେ ରବିବାର ଅପରାହ୍ନରେ ବ୍ରାହ୍ମଣ ସମାଜର ଏକ ମାସିକ ବୈଠକ ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସମ୍ପାଦକ କାଳିନ୍ଦୀ ଚରଣ ପଣ୍ଡା ଓ କୋଷାଧକ୍ଷ ପବିତ୍ର ମୋହନ ପାଢ଼ୀଙ୍କ ସମେତ ଶତାଧିକ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ସମାଜ ତରଫରୁ ବ୍ରାହ୍ମଣ ପିଲାଙ୍କୁ ବ୍ରତୋପନୟନ କରିବା ପାଇଁ ନିଷ୍ପତି ନିଆଯିବା ସହ ଇଛୁକ ଗରିବ ବ୍ରାହ୍ମଣ ପରିବାର ସମାଜ ସହ ଯୋଗାଯୋଗ କରିପାରିବେ, ଅଞ୍ଚଳରେ ଥିବା ପ୍ରତ୍ୟେକ ବ୍ରାହ୍ମଣ ପରିବାର ନିଜ ସାହି ର ନୂତନ ସଦସ୍ୟତା ସଂଗ୍ରହ କରିବା ପାଇଁ ଦୁଇ ଜଣିଆ ଟିମ ଗଠନ କରି ଦାୟିତ୍ୱ ପ୍ରଦାନ କରାଗଲା । ସମାଜ ତରଫରୁ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ମାସିକ ବୈଠକ ଅନୁଷ୍ଠିତ ହେଉଛି ।
ଏଣୁ ଏଥିରେ ଅଞ୍ଚଳ ର ସମସ୍ତ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ଆଲୋଚନା କରାଯାଇଥିଲା ।
ସମାଜର ପରବର୍ତ୍ତୀ ମାସିକ ବୈଠକ ସେପ୍ଟେମ୍ବର ମାସ ୨୯ ତାରିଖ ରବିବାର ଦିନ ୩ ଘଣ୍ଟ ସମୟରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନର ସଭା ଗୃହ ପରିସର ମଧ୍ୟରେ କରାଯିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା କ୍ଷ ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି
କନ୍ଧମାଳ, ୨୬/୮: ଜନ୍ମାଷ୍ଟମୀ ଓ ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ପାଇଁ ତୁମୁଡ଼ିବନ୍ଧ ସ୍ତିତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବ୍ୟାପକ ଆୟୋଜନ କରାଯାଉଛି ।
ଉକ୍ତ ଦିନ ସକାଳୁ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ତିଳ ତର୍ପଣ କରିବା ପରେ ରାହୁଳ ନଦୀ କୁ ଯାଇ ଜଳେଶ୍ଵର ଶୈବ ପୀଠ ରୁ ୧୦୮କଳସରେ ପବିତ୍ର ଜଳ ସଂଗ୍ରହ କରି ଯଜ୍ଞ ମଣ୍ଡପ କୁ ଆଣିବେ। ଏହା ପରେ ଘୃତ ଯଜ୍ଞ, ନାମ ଯଜ୍ଞ ,୧୦୮ ହନୁମାନ ଚାଳିଶା ପାଠ , ହରି ନାମ ରେ ପ୍ରକମ୍ପିତ ହେବ ଓ ଅନ୍ନ ପ୍ରସାଦ ସେବନ କାର‌୍ୟକ୍ରମ ରହିଛି ।
ଆଶ୍ରମ ର ଉତ୍ତରାଧିକାରୀ ସ୍ବାମୀ ମୁକ୍ତା ନନ୍ଦ ପୁରୀ ମହାରାଜ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ସ୍ବାମୀ ଜୀ ଙ୍କ ଅନୁଗାମୀ ଓ ସ୍ବାମୀଜୀ ଙ୍କ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜନ କରାଯାଉଛି।
ପବିତ୍ର ଜନ୍ମାଷ୍ଟମୀ ଅଗଷ୍ଟ ୨୬ ତାରିଖ ସୋମବାର ଦିବା ୧୦ ଘଣ୍ଟିକା ସମୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ। ଏହି ସ୍ମୃତି ସଭା ରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ, ଗ୍ରାମ୍ୟ ଜଳଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି ତାଙ୍କ ସହ ବହୁ ସାଧୁସନ୍ଥ ଓ ଅନୁଗାମୀ ଏକାଠି ହେବେ। ଏଥି ପାଇଁ କନ୍ଧମାଳ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930