Indus Valley Times

ବାଲିଗୁଡା :ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ

 Breaking News

ବାଲିଗୁଡା :ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ବାଲିଗୁଡା :ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
October 21
22:35 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା ,୨୧/୧୦ : ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ ଟିକା ନେଇଥିବା ସ୍ଥାନରେ ହୋଇଥିବା ଘା\’ ସଂକ୍ରମଣ ହୋଇ ଯାଉଥିବାକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି।
ଟିକା ନେବାର ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ହାତର ବ୍ୟଥା କମୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଟିକା ଦେବାବେଳେ କିଛି ଭୁଲ ରହୁଥ‌ିବା ସେମାନେ ଆଶଙ୍କା କରୁଛନ୍ତି।
ଯକ୍ଷ୍ମା ନିରାକରଣ ନିମନ୍ତେ ଗତ ମାସ ୨୭ ତାରିଖରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିସିଜି ଟିକା ଦିଆଯିବା ଆରମ୍ଭ ହୋଇଛି।
ଇତିମଧ୍ୟରେ ବାଲିଗୁଡ଼ା ଏନଏସି ଓ ବ୍ଲକ ଅଞ୍ଚଳର ୫୦୦ ରୁ ଅଧିକ ପୁରୁଷ ମହିଳା ବିସିଜି ଟିକା ନେଇ ସାରିଲେଣି। ଏଥିରୁ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି। ବାଲିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ସୋମ‌ବାର ଓ ଗୁରୁବାର ଏହି ବିସିଜି ଟିକା ଦିଆଯାଉଛି।
ତେବେ ବିସିଜି ଟିକା ଦେବା ପରେ ସୃଷ୍ଟି ହୋଇଥ‌ିବା ସମସ୍ୟା ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାମକୃଷ୍ଣ ପାତ୍ର କହିଛନ୍ତି ଯେ, ଏହି ଟିକା ନେବା ପରେ ପ୍ରାୟ ୭୦ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହିଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଥିରେ କିଛି ଭୟଭୀତ ହେବାର ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।
ମେଡିକାଲ ପ୍ରଶାସନ ତରଫରୁ ଟିକାକୁ ନେଇ ସଚେତନତା କରାଯିବା ଆବଶ୍ୟକତା ରହିଥ‌ିବା ସାଧାରଣ ମତପ୍ରକାଶ ପାଇଛି।
ନିଆରା ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରନ୍ତି ପ୍ରଭାକର
ବାଲିଗୁଡା, ୨୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗା ଓ ଲଷ୍ମୀ ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ପାଠ କରିଛନ୍ତି ।
ବାସଭବନ ରେ ବସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା କରିବା ସହିତ ହୋମ ଯଜ୍ଞ କରିଛନ୍ତି ତତ୍ ସହିତ ନୂଆସାହି ଗ୍ରାମ୍ୟ କମିଟି ର ସଦସ୍ୟ ସାହିର ବରିଷ୍ଠ ନାଗରିକ ଙ୍କୁ ନିମନ୍ତ୍ରଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଗାଁ ର ଅସହାୟ ବିଧବା ବାର୍ଦ୍ଧକ୍ୟ ଙ୍କୁ ଘରକୁ ଡ଼ାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି । ମାଆ ଦୂର୍ଗା ଓ ଦକ୍ଷିଣ କାଳୀ ଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ବାସ ରହିଛି । ମାଆ ଙ୍କ ଆପର କରୁଣା ପରିବାର ମଧ୍ୟରେ ଶାନ୍ତି ସଦଭାବନା ଆସିଛି । ଗୋପ ଲକ୍ଷ୍ମୀ ଧନ ଧନ୍ୟ ରେ ପୁରି ଉଠିଛି ।
ପରିବାର ମଧ୍ୟରେ ଦୁଃଖ କ୍ଲେଶ ରୋଗ ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକର ଙ୍କ ଧର୍ମ ପତ୍ନୀ । ଜୀବନ ଥିବା ପର‌୍ୟ୍ୟନ୍ତ ଦୂର୍ଗା ପୂଜା ସହିତ ଏହିଭଳି ଭାବରେ ଗରୀବ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031