Indus Valley Times

ବାଲିଗୁଡାରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ

 Breaking News

ବାଲିଗୁଡାରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ

October 29
10:58 2025

ସୁଶୀଲା ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୧୦ : ‘ମୋନ୍ଥା’ ସମୁଦ୍ରରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାକୁ ମୁକାବିଲା କରିବା ପାଇଁ ଅଗ୍ନୀଶମ ବିଭାଗ, ଓଡ୍ରାଫ, ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି।
କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ କେବଳ କୋହଲା ପାଗ ସହ ଝିପି ଝିପି ବର୍ଷା ସାଙ୍ଗକୁ ସାମାନ୍ୟ ପବନ ବୋହୁଥିବା ଦେଖିବାକୁ ମିଳିଛି।
କନ୍ଧମାଳ ଜିଲ୍ଲାରେ ତିନିଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନେ ଯିବା ପାଇଁ ବାରଣ କରାଯାଇ ଥିବା ସମୟରେ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି।
ଏହି \’ ମୋନ୍ଥା\’ ଆସୁଥିବା ଯୋଗୁଁ ଜନସାଧାରଣ ଓ ଯାନବାହାନ ରେ ଯାତାୟାତ ଯାତ୍ରୀ ମାନେ ସଚେତନ ହୋଇ ନିହାତି ଜରୁରୀ କାମ ନ ଥିଲେ ଦୂର ଦୁରାନ୍ତ କୁ କିମ୍ବା ବଜାର କୁ ନ ଯାଇ ନିଜ ଘରେ ରହିଥବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।
ଦୋକାନ ବଜାର ଗହଳ ଚହଳ ନ ଥିବାରୁ ଖାଁ ଖାଁ ଲାଗୁଛି କ୍ଷ ଯାତ୍ରୀବାହୀ ବସ ଗୁଡିକ ରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ଆସୁ ନଥିବା ଦେଖିବାକୁ ମିଳିଛି ।
ଗରିବ ଦିନ ମଜୁରିଆ, ଖଟିଖିଆ ମାନଙ୍କର କାମ ବନ୍ଦ ରହିଥିବାରୁ ଚିନ୍ତା ରେ ରାହିଥିବା ଜଣାପଡିଛି ।
ନଦୀ ନାଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ବସବାସ କରୁଥିବା ଜନସାଧାରଣ ଙ୍କୁ ନଦୀ ନାଳ କୁ ଯିବା ପାଇଁ ବାରଣ କରାଯାଇଛି । ଏ ସବୁକୁ ନେଇ ଜିଲ୍ଲା, ଉପଖଣ୍ଡ ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ସଜାଗ ରହିଥିବା କହିଛନ୍ତି ଉପଜିଲ୍ଲାପାଳ ।ଏ ନେଇ କନ୍ଧମାଳ ଜିଲ୍ଲାପଲ ବେଡ଼ ଭୂଷଣ ଓ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ ତୁମୁଡିବନ୍ଧ, କୋଟଗଡ, ଭଳି ବିଭିନ୍ନ ବ୍ଲକ ଅଞ୍ଚଳରେ ରହିଥିବା ଦୁର୍ଗମ ସ୍ଥାନରେ ଜରୁରୀ କାଳୀନ କଣ୍ଟ୍ରୋଲ ରୁମ ଖୋଲାଯାଇ ଏନଡିଆରଏଫ ଏବଂ ଓଡ୍ରାପ ଟିମକୁ ଆଲର୍ଟ ରଖାଯାଇଛି ।
ଦାରିଙ୍ଗବାଡି ବ୍ଲକ କୁମ୍ଭାରପଦର ଅଞ୍ଚଳ ରେ ଗତ ଦୁଇ ବର୍ଷ ତଳେ ଭୁସ୍ଫଳନ ହୋଇଥିଲା ।
ଏଣୁ \’ ମୋନ୍ଥା\’ କୁ ଆଖି ଆଗରେ ରଖି ସୋମବାର ଜିଲ୍ଲାପାଳ ଙ୍କ ସହ ଉପଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନେ ପରିଦର୍ଶନ କରି ଫେରିଛନ୍ତି ।
ଅଧିକ କିଛି କରାଯିବା ସହ ବିଭିନ୍ନ ଅଭ୍ୟାନ୍ତରୀଣ ଇଲାକା ଗୁଡିକରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ଆଣି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା \’ ଗୃହ ରେ ରଖାଯାଇ ସ୍ୱାସ୍ଥ୍ୟ ସେବା ରୁ ସେମାନେ ଯେପରି ବଞ୍ଚିତ ନ ହୁଅନ୍ତି ।
ସେଥିପ୍ରତି ସଚେତନ ରହିବା ପାଇଁ ବିଭାଗୀୟ କର୍ମଚାରୀ ମାନଙ୍କୁ ଉପଜିଲ୍ଲାପାଳ ପ୍ରଣୀତା ଦାସ ନିର୍ଦ୍ଦେଶ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31