Indus Valley Times

ବାଲିଗୁଡାରେ ସଡକ ସୁରକ୍ଷା ସଚେତନତା ପକ୍ଷ ପାଳିତ

 Breaking News

ବାଲିଗୁଡାରେ ସଡକ ସୁରକ୍ଷା ସଚେତନତା ପକ୍ଷ ପାଳିତ

ବାଲିଗୁଡାରେ ସଡକ ସୁରକ୍ଷା ସଚେତନତା ପକ୍ଷ ପାଳିତ
January 15
19:59 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୧ : କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଓ ବାଲିଗୁଡା ଘରୋଇ ବସ୍ ମାଲିକ ସଂଘର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ପକ୍ଷ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କନ୍ଧମାଳ ଜିଲ୍ଲା ମୋଟର ଯାନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦାସ, ସହକାରୀ ମୋଟର ଯାନ ଇନ୍ସପେକ୍ଟର ବଟକୃଷ୍ଣ ବିଶ୍ଵାଳ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଘୋଷ ବାହିନୀ ଦଳ ବାଦ୍ୟ ବଜାଇ ପ୍ଲାକାର୍ଡ ଧରି ଟି ସାର୍ଟ ଓ ଟୋପି ପିନ୍ଧି ସଡ଼କ ସୁରକ୍ଷା ଜୀବନ ରକ୍ଷା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ନାହିଁ, ଦ୍ରୁତ ଗତି ମହା ବିପତ୍ତି, ସଡ଼କ ସୁରକ୍ଷା ପରିବାର ରକ୍ଷା ଭଳି ବିଭିନ୍ନ ସଚେତନତା ସ୍ଳୋଗାନ ମାନ ଦେଇ ବସଷ୍ଟାଣ୍ଡ ପର‌୍ୟ୍ୟନ୍ତ ଯାଇଥିଲେ ।
ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟ ର ରକ୍ଷକ ମାଷ୍ଟର ଟ୍ରେନର ଡ.ବିଭୂତି ଭୂଷଣ ଆଚାର‌୍ୟ୍ୟ, ଘରୋଇ ବସ୍ ମାଲିକ ସଂଘର ଲୋକନାଥ ପାଢୀ ସଚ୍ଚିଦାନନ୍ଦ ସାହୁ, ରବିଚନ୍ଦ୍ର ପାତ୍ର, କିଶୋର କୁମାର ପାଳ, ସନ୍ନ୍ୟାସୀ ସାହୁ, ସୂର‌୍ୟ୍ୟ ନାରାୟଣ ସାହୁ, ନିଶାକର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31