Indus Valley Times

ବାହାଘର ବରଯାତ୍ରୀ ରୋଷଣିରେ ଫୁଟିଲା ଗୁଳି, ୨ ଗୁରୁତର

 Breaking News

ବାହାଘର ବରଯାତ୍ରୀ ରୋଷଣିରେ ଫୁଟିଲା ଗୁଳି, ୨ ଗୁରୁତର

ବାହାଘର ବରଯାତ୍ରୀ ରୋଷଣିରେ ଫୁଟିଲା ଗୁଳି, ୨ ଗୁରୁତର
April 22
11:08 2026

ଅନୁଗୋଳ, ୨୨/୪ : ବରଯାତ୍ରୀ ପ୍ରସେସନରେ ଫୁଟିଲା ଗୁଳି, ୨ ଗୁରୁତର । ଅନୁଗୋଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଏଲବେଡା ଗାଁରୁ ବରଯାତ୍ରୀ ବେଲପୁଞ୍ଜୀ ଗାଁକୁ ଯାଇଥିଲେ । ସେଠାରେ ବରଯାତ୍ରୀ ପ୍ରସେସନ୍ କରୁଥିବା ସମୟରେ ହଠାତ୍ ଏକ କାରରେ କିଛି ଯୁବକ ଆସି ବରଯାତ୍ରୀ ଦଳକୁ ରାସ୍ତାରେ ଅଟକାଇ ପିସ୍ତଲ ଦେଖାଇ ଧମକ ଚମକ ଦେଇଥିଲେ । ଏଥିସହିତ ଗୁଳି ମାରି ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ।
ତେବେ ସେହି ଯୁବକ ମାନଙ୍କୁ ଅଟକାଇବାକୁ ବରଯାତ୍ରୀରେ ଆସିଥିବା ସଞ୍ଜୀବ ଭୋଇ ପ୍ରୟାସ କରିବାରୁ ତାଙ୍କୁ ମାଡ ମାରିବା ସହ ଗୁଳି ମାରିଥିଲେ । ସଞ୍ଜୀବଙ୍କ ହାତରେ ଗୁଳି ବାଜିଥିବା ବେଳେ ନିକଟରେ ଥିବା ରାକେଶ କହଁରଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଥିଲା ।
ଗୁରୁତର ଦୁଇ ଜଣକୁ ପ୍ରଥମେ ମାଧୁପୁର ମେଡିକାଲ୍ ଓ ପରେ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭାୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଆଣି ଭର୍ତ୍ତି କରାଯାଇଛି। ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930