Indus Valley Times

ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

 Breaking News

ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

November 08
19:35 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୧୧ : ବିଜୁ ଜନତା ଦଳ ପକ୍ଷରୁ ଦଳ ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦେଶକ୍ରମେ ଅକ୍ଟୋବର ୦୯ତାରିଖରୁ ନଭେମ୍ବର ୦୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେଉଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କମିଟି ପକ୍ଷରୁ ହରଭଙ୍ଗା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଏକ ବିଶାଳ ଜନସମ୍ପର୍କ ଯାତ୍ରା ପୂର୍ବତନ ମନ୍ତ୍ରୀ ବାଚସ୍ପତି ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ନେତୃତ୍ୱ ରେ ଅନୁଷ୍ଠିତହେବା ସହ ପୁରୁଣାକଟକ ଠାରେ ବ୍ଲକ ସଭାପତି ଶ୍ରୀଯୁକ୍ତ ପଙ୍କଜ ସାହୁଙ୍କ ସଭାପତିତ୍ୱରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ସମର୍ଥକଙ୍କ ସହ ହରଭଙ୍ଗା ହାଇସ୍କୁଲରୁ ଶୋଭାଯାତ୍ରା ବାହାରି ହରଭଙ୍ଗା ଗ୍ରାମ ବଜାର ଛତ୍ରଙ୍ଗ ଚାରିଛକଓ ପୁରୁଣାକଟକ ବଜାର ପରୀକ୍ରମା ପରେ ସଭାସ୍ଥଳରେ ସମାବେଶ ପହଂଚିଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଆଡଭୋକେଟ ଅଶୋକ ସାହୁ ଯୁବନେତା ଅବକାଶ ସାହୁ ଅଶୋକ ସେଠି ସୁବୋଧ ପ୍ରଧାନ ପ୍ରଦୀପ ସାହୁ ପ୍ରମୁଖ ପ୍ରତାରଣର ଶୋହଳମାସର ଡବଲ ଇଞ୍ଜିନ ସରକାରରୁ ଜନସାଧାରଣ ଆଜି ତ୍ରାହି ତ୍ରାହି ଡାକୁଥିବା ବେଳେ ଏହା ବିରୁଦ୍ଧରେ ଦୁର୍ବାର ଲଢେଇ ପାଇଁ ଆହ୍ୱାନ ଦେଇଥିଲେ । କ୍ଷମତାକୁ ଆସିବା ଦିନ ଠାରୁ କୋଉଠିବି ମାଟି ଗାଣ୍ଡୁଆ ଟିଏ ପକାଇନଥିବା ବେଳେ ଏ ସରକାର ସମୟରେ କେବଳ ରଙ୍ଗମରା ଲଘୁଖଣିଜ ସମ୍ପଦଲୁଟ ଓ ପିସି ଆଦାୟ ରେ ଭାଜପା ନେତାମାନେ ବ୍ୟସ୍ତ ଅଛନ୍ତି ।
ଏହା ବିରୁଦ୍ଧରେ ବିଜୁ ଜନତା ଦଳ ଦୁର୍ବାର ଲଢେଇ କରିବା ପାଇଁ ଘୋଷଣକ୍ଷ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଦେହୁରୀ ନିହାର ଘୋଷ ପ୍ରତିଭା ସାହୁ ଜ୍ୟୋତିର୍ମୟ ଦାସ ସୁଜ୍ଞାନ କର୍ଣ୍ଣ ରଜତ ଦାସ ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ କଁହର ବାସୁଦେବ ଦେହୁରୀ ସୁଶୀଲ ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ ଦୁଇ ହଜାର ରୁ ଉର୍ଦ୍ଧ କର୍ମୀ ଆଜିକାର ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930