Indus Valley Times

ବିଜୁଳି ଓ ପାଣି ଯୋଗାଇଦେବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

 Breaking News

ବିଜୁଳି ଓ ପାଣି ଯୋଗାଇଦେବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

May 27
20:54 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୫: ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ନ୍ତଗ ୧୭ ନମ୍ବର ୱାର୍ଡର ମହିଳାମାନେ ପାନୀୟଜଳ ଓ ଡ୍ରେନପାଣି ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ସୂଚନା ମୁତାବକ ୧୭ ନମ୍ବର ୱାର୍ଡର କୁଳୁଥନାଳି ପାଣିଟାଙ୍କି ନିକଟରେ ରହୁଥିବା ବସ୍ତିବାସୀନ୍ଦାମାନେ ସେଠାରେ ୪୦ବର୍ଷ ହେଲା ବସବାସ କରିଆସୁଛନ୍ତି ।
ଏହି ବସ୍ତି ବାସୀନ୍ଦାମାନେ ବୌଦ୍ଧ ବିଜ୍ଞାପିିତ ଅଞ୍ଚଳରେ ଭୋଟଦାନ କରୁଥିବାବେଳେ ସେମାନଙ୍କ ବାସଗୃହ ଗୁଡିକରେ ପଞ୍ଚାୟତ ସୀମାରେ ରହିଛି । ତେଣୁ ସେମାନଙ୍କୁ ପାନୀୟଜଳ,ବିଦ୍ୟୁତ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ । ବସ୍ତିକୁ ଏପର୍ଯ୍ୟନ୍ତ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରିନାହିଁ । ବୁଟୁପାଲି ଅଞ୍ଚଳର ସମସ୍ତ ନର୍ଦ୍ଦମା ପାଣି ଏହି ବସ୍ତି ଅଞ୍ଚଳରେ ଜମା ହୋଇ ରହୁଅଛି ।
ଡ୍ରେନ ନିର୍ମାଣ କରି ନର୍ଦ୍ଦମା ଜଳ ନିଷ୍କାସନ କରିବାକୁ ବହୁଦିନରୁ ଅଭିଯୋଗ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରିନାହିଁ । ତେଣୁ ବସ୍ତିର ମହିଳାମାନେ ବିଜୁଳି ଓ ପାଣି ଯୋଗାଇଦେବା ଦାବିରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବାପାଇଁ ନିବେଦନ କରିଥିବା ଜଣାଯାଇଛି ।
ଗଞ୍ଜେଇ ଚାଲାଣ ମାମଲା, ଜଣେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୨୭/୫: ବୌଦ୍ଧ ଅତିରିକ୍ତ ଜିଲ୍ଲାଦୌରାଜଜ ତଥା ସ୍ପେଶାଲ ଜଜ ସରୋଜନି ପତି ଶୁକ୍ରବାର ଦିନ ଏକ ଗଞ୍ଜେଇ ମାମଲାର ବିଚାର କରି ଜଣେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ଦୁଇ ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୦.୧.୨୦୧୫ ରିଖରେ ବୌଦ୍ଧ ପୁଲିସ ବିଶେଷ ସୁତ୍ରରୁ ଖବରପାଇ ଏକ ପିକଅପ ଗାଡିରେ ( ଓଡି-୧୫- ୭୯୯୮) ବୌଦ୍ଧ ଜିଲ୍ଲା ବାରଖୁଲି ଗ୍ରାମରୁ ସମ୍ବଲପୁର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଛି ।
ଏହି ଖବର ପାଇ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବୌଦ୍ଧ ସହରର ନିକଟସ୍ଥ ମତ୍ସ୍ୟବିଭାଗ କାର୍ଯ୍ୟାଳୟ ଆଗରେ ଅଟକି ରହିଥିଲେ । ଏହି ସମୟରେ ଉକ୍ତ ପିକଅପ ଗାଡିଟି ଆସିବାପରେ ପୁଲିସ କର୍ମଚାରୀ ମାନେ ତାକୁ ଅଟାକାଇବାରୁ ଗାଡିଭ ଭିତରେ ବସିଥିବା ୩ ଜଣ ଅଭିଯୁକ୍ତ ଗାଡି ଛାଡି ଫେରାର ହୋଇଯାଇଥିଲେ । ଗାଡିର ପଛ ଡାଲାରେ ବସିଥିବା ବୌଦ୍ଧ ଥାନା ପୋଡାଗୋରା ଗ୍ରାମର ପପୁନ ସାହୁଙ୍କ ଧରିବାରେ ସଫଳ ହୋଇଥିଲା । ପୁଲିସ ଗାଡିର ଡାଲାରୁ ଦୁଇଗୋଟି ବସ୍ତାରେ ଥିବା ୬୦ କେଜି ଗଞ୍ଜେଇ ଜବତ କରିବା ସହ ଗାଡିକୁ ମଧ୍ୟ ଜବତ କରିଥିଲା ।
ଧରାପଡିଥିବା ଅଭିଯୁକ୍ତ ପପୁନ ସାହୁକୁ ପୁଲିସ ପଚାରିବାରେ ଉକ୍ତ ଗଞ୍ଜେଇ ଚାଲାଣରେ ସମ୍‌ôଲପୁର ଜିଲ୍ଲା ନାକଟିଦେଉଳ ଥାନାର ହିତସାର ଗ୍ରାମର କପିଳ ଦେହୁରୀ ଓ ରେଢାଖୋଲ ଥାନାର କୁନ୍ଦନାଳି ଗ୍ରାମର ପ୍ରକାଶ ସାହୁ ଓ ବୌଦ୍ଧ ଜିଲ୍ଲା ବାରଖୁଲି ଗ୍ରାମର କୁଲୁ ଓରଫ ରାଘବ ଧଳ ବୋଲି କହିଥିଲା । ପୁଲିସ ଏହି ଘଟଣାର ଏକ ମାମଲା ବୌଦ୍ଧ ଥାନା କେସ ନଂ ୬/୧୫ରେ ମାମଲା ରୁଜୁ କରି ଅଭିଯୁକ୍ତ ପପୁନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ପୁଲିସ ଉକ୍ତ ମାମଲାର ତଦନ୍ତ ଶେଷ କରି ମାମଲାରେ ପୁପୁନ ସାହୁ, କୁଲୁ ଓରଫ ରାଘବ ଧଳ, କପିଳ ଦେହୁରୀ, ପ୍ରକାଶ ସାହୁ ଓ ବୌଦ୍ଧ ଜିଲ୍ଲା ପୋଡାଗୋରା ଗ୍ରାମର ମୋହନ ବେହେରା, ରବିନ୍ଦ୍ର ପ୍ରଧାନଙ୍କ ନାମରେ ମାମଲା କରି ବିଚାର ପାଇ କୋର୍ଟକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ ୧୫/୨୦୧୫ ହୋଇ ବିଚାର ହୋଇଥିଲା ।
ଉକ୍ତ ମାମଲାଟି ୩ ଜଣ ଅଭିଯୁକ୍ତ ପୁପୁନ ସାହୁ, କୁଲୁ ଓରଫ ରାଘବ ଧଳ ଓ ମୋହନ ବେହେରାଙ୍କ ପାଇଁ ବିଚାର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ୧୩ ଜଣ ସାକ୍ଷୀଙ୍କ ବୟାନଙ୍କୁ ଭିିତ୍ତି କରି ପ୍ରମାଣ ଥିବା ନେଇ ବିଚାରପତି ଅଭିଯୁକ୍ତ ପୁପୁନ ସାହୁଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜୋରିମୋନା ଆଦେଶ ଦେଇଛନ୍ତି ।
ଜୋରିମୋନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡଦେଶ ପ୍ରଦାନ କରିଛନ୍ତି । ପ୍ରମାଣ ଅଭାବାରୁ ଅଭିଯୁକ୍ତ କୁଲୁ ଓରଫ ରାଘବ ଧଳ ଓ ମୋହନ ବେହେରାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ଯୋଗେଶ ପ୍ରସାଦ ନାୟକ ମାମଲାର ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ରାଘବ ଧଳ ଓ ମୋହନ ବେହେରାଙ୍କ ପାଇଁ ଆଇନଜୀବୀ ଅଶୋକ କୁମାର ସାହୁ ମାମାଲା ପରିଚାଳନା କରୁଥିଲେ ।
ଲାଣ୍ଡିବନ୍ଧ ସ୍ଥିତ ଆରସେଟି ଠାରେ ମହିଳା କୃଷି ଉଦ୍ୟମୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ବୌଦ୍ଧ,୨୭/୫: ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକର ଲାଣ୍ଡିବନ୍ଧ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ୧୩ ଦିନ ବ୍ୟାପି ଚାଲିଥିବା ମହିଳା କୃଷି ଉଦ୍ୟମୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି ।
ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଳ ବ୍ଲକର ମହିଳା ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ଡି. ଡ଼ି ଏମ ନାବାର୍ଡ ସତ୍ୟ ସ୍ୱରୂପ ବିଦାନ୍ତ, ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଏବଂ ଏପିଡି କ୍ରେଡିଟ ଜ୍ୟୋତ୍ସ୍ନା ରାଣୀ ପୁରୋହିତ ଯୋଗାଦେଇଥିଲେ ৷ ମୁଖ୍ୟ ପ୍ରଶିକ୍ଷକ ଶିଶିର କୁମାର ମହନ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାଟି ପରିଚାଳନା, ମିଶ୍ରିତ ଚାଷରେ ଲାଭ, ଜୈବିକ ପଦ୍ଧର୍ତୀ ଚାଷ, କଲମୀକରଣ, ନର୍ସରୀ ପରିଚାଳନା ତଥା ଛେଳି, କୁକୁଡ଼ା, ଘୁଷୁରୀ ମେଣ୍ଢା, ମାଛ, ଛତୁ ମହୁ ତଥା ଜିଆ ଖତ ତିଆରି ଏବଂ ବିଭିନ୍ନ ଚାଷରେ ରୋଗ ପୋକ ର ପରିଚାଳନା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରିଥିଲେ ।
ଶେଷରେ ନିର୍ଦେଶକ ବିଚିତ୍ର ମହାପାତ୍ର ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ ৷ ଏହି କାର୍ଯ୍ୟକ୍ରମର ସଂଯୋଜକ କାନନ ଖମାରୀ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ତାଙ୍କୁ ସହଯୋଗ କରିଥିଲେ ৷

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031