Indus Valley Times

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

 Breaking News

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
May 25
16:10 2026

ଭୁବନେଶ୍ୱର, ୨୫/୫ : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବେ କେଉଁ ଦଳକୁ ଯିବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହାରି ମଧ୍ୟରେ ସେ କାହିଁକି ବିଜେଡ଼ି ଛାଡ଼ିଲେ ଏବଂ କେଉଁ ଦଳକୁ ଯିବେ ସଙ୍କେତ ଦେଇସାରିଛନ୍ତି । ସେହି ଦଳର ନାମ ନ କହିଥିଲେ ମଧ୍ୟ ସେ ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ଦେବାଶିଷ ସାମନ୍ତରାୟ ଆଜି ଉଭୟ ବିଜେଡ଼ି ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହି ରାଜ୍ୟସଭାର ଇସ୍ତଫା ପତ୍ର ଅଧ୍ୟକ୍ଷ ଉପରାଷ୍ଟ୍ରପତିଙ୍କୁ ଦେଇଛନ୍ତି । ଏହା ପରେ ଦେବାଶିଷ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭିକେ ପାଣ୍ଡିଆନଙ୍କ ବିରୋଧରେ ବିଷ ଓଗାଳିଛନ୍ତି ।
ତାଙ୍କରି ପାଇଁ ଦଳ ଆଜି ସରକାରକୁ ଆସୁ ଆସୁ ରହିଗଲା । ସେହିପରି ନବୀନ ନିଜେ କହିଥିଲେ ଯେ ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରଷ୍ଟ କରି ବିଜୁ ବାବୁଙ୍କ ଦିଲ୍ଲୀ ବାସଭବନକୁ ତାମିଲ ଲୋକ ହାତକୁ ଟେକି ଦେଲେ । ଯାହାକି ଅତ୍ୟନ୍ତ ଦୁଃଖଦାୟକ ।
ଦେବାଶିଷ ଆହୁରି କହିଛନ୍ତି ଯେ ରାଜ୍ୟସଭା ସାଂସଦ ଥାଇ ମଧ୍ୟ ବର୍ଷେ ହେଲାଣି ନବୀନ ବାବୁଙ୍କୁ ଦେଖା କରି ପାରିନାହାଁନ୍ତି । କେବଳ ଗୋଟିଏ ଲୋକ ଭୈରବ ପାଣ୍ଡିଆନଙ୍କ ପାଇଁ ସେ ଦଳ ଛାଡ଼ିଛନ୍ତି ।
ସେହିପରି ପ୍ରମିଳା ମଲ୍ଲିକ ଏବଂ ଲେନିନ ମହାନ୍ତିଙ୍କ ଅଭିଯୋଗର ଜବାବ ଦେବାକୁ ମନା କରିଦେଇଥିଲେ । ସେମାନେ ଯେଉଁଭଳି ସ୍ତରର ଲୋକେ ତାଙ୍କ ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ତେବେ ସେ ସମ୍ମାନର ସହିତ ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ଦେବାଶିଷ କହିଛନ୍ତି । ସେହି ଦଳରେ ଅନେକ କାମ କରିବାକୁ ଅଛି । ଲୋକଙ୍କ ସ୍ୱାର୍ଥ ପାଇଁ ସେ କାମ କରିବେ । ତେବେ ଆଜି ସେ କୌଣସି ଯିବେ ନାହିଁ । କିନ୍ତୁ ନିକଟ ଭବିଷ୍ୟତରେ ଖୁବଶୀଘ୍ର ଜାତୀୟ ଦଳରେ ମିଶିବେ ବୋଲି କହିଛନ୍ତି ଦେବାଶିଷ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930