Legatus

ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେଲେ ସାମିଲ୍

 Breaking News

ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେଲେ ସାମିଲ୍

ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେଲେ ସାମିଲ୍
February 29
15:52 2024

ଭୁବନେଶ୍ୱର, ୨୯/୨: ଶେଷରେ ସବୁ ଚର୍ଚ୍ଚା-ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ବିଜେପିରେ ଯୋଗ ଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତଙ୍କୁ ଉତ୍ତରୀୟ ସହ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ।
ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳେ ପ୍ରଶାନ୍ତଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡିର ବ୍ଲକ ସଭାପତି ଅନାଦି ସାହୁ, ବିଜେଡି ନେତା ଭବାନୀ ଜଗଦ୍ଦେବ ମହାପାତ୍ର, ବିଜେଡି ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ସୌରୀ ସାହୁ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶୁଭାଙ୍ଗୀ ଡାକୁଆଙ୍କ ସହ ଅନେକ ନେତାନେତ୍ରୀ ଯୋଗ ଦେଇଛନ୍ତି ।
ତେବେ ବିଜେପିରେ ଯୋଗଦାନ ପରେ ପ୍ରଶାନ୍ତ କହିଛନ୍ତି ଯେ ବିଜେପିରେ ଯୋଗ ଦେଇ ଆଜି ମୁଁ ବହୁତ ଖୁସି । ପ୍ରଶାନ୍ତ କହିଛନ୍ତି ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି ।
କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାନ୍ତି, ଆମକୁ ସୁରକ୍ଷା ଦେବା ଓ ଓଡିଶା ପାଇଁ କିଛି କାର‌୍ୟ୍ୟ କରିବା ।ନବୀନ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ୍ତ ରହିଯିବା କଥା ।
ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଆସିବାକୁ ଯାଉଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31