Indus Valley Times

ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହେଲେ ସାମିଲ

 Breaking News

ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହେଲେ ସାମିଲ

May 26
16:34 2026

ନୂଆଦିଲ୍ଲୀ, ୨୬/୫ : ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦେବାଶିଷ ସାମନ୍ତରାୟ।
ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଓ ଦେଶ ପାଇଁ ତାଙ୍କର କାର୍ଯ୍ୟଧାରା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ସେହି ପ୍ରେରଣାରୁ ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି।
ଦେବାଶିଷ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ଅନୁଯାୟୀ ଓଡ଼ିଶା ଆଜି ବିକାଶର ନୂଆ ପଥରେ ଆଗେଇ ଚାଲିଛି। ରାଜ୍ୟର ଭିତ୍ତିଭୂମି, ଶିଳ୍ପ, ଯୋଗାଯୋଗ ଓ ଜନକଲ୍ୟାଣ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି ବୋଲି ସେ ମତ ରଖିଛନ୍ତି।
ବିଜେପିରେ ସାମିଲ ହେବା ପରେ ତାଙ୍କୁ ସୁଯୋଗ ଦିଆଯାଇଥିବାରୁ ଦେବାଶିଷ ପ୍ରଧାନମନ୍ତ୍ରୀ ଓ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଜକୁ ‘ଗୁଣ୍ଡୁଚି ମୂଷା’ ସହ ତୁଳନା କରି ସେ କହିଛନ୍ତି, ବିକଶିତ ଓଡ଼ିଶା ଗଠନରେ ନିଜ ସାମର୍ଥ୍ୟ ଅନୁସାରେ ଅବଦାନ ରଖିବେ ଓ ଗୁଣ୍ଡୁଚି ମୂଷା ଭଳି ସହଯୋଗ କରିବେ।
ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଓଡ଼ିଶାରେ ବିଜେପିକୁ ଆହୁରି ସୁଦୃଢ଼ କରିବା ପାଇଁ ନିଷ୍ଠାର ସହ କାମ କରିବେ। ଦେବାଶିଷଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆହୁରି ଜୋର ଧରିଛି। ବିଜେଡି ଛାଡ଼ିବା ପରେ ତାଙ୍କର ଏହି ନୂଆ ରାଜନୈତିକ ଇନିଂସ କେତେ ପ୍ରଭାବ ପକାଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031