Indus Valley Times

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟିଲା ଓଏସ୍ଆରଟିସି ବସ୍, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ

 Breaking News

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟିଲା ଓଏସ୍ଆରଟିସି ବସ୍, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟିଲା ଓଏସ୍ଆରଟିସି ବସ୍, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ
February 22
10:52 2025

ସୁନ୍ଦରଗଡ଼, ୨୨/୨: ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଛି ଓଏସ୍ଆରଟିସି (OSRTC) ବସ୍ । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ରାଉରକେଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ OSRTC ବସ୍ ଜଗନ୍ନାଥ ଏକ୍ସପ୍ରେସ୍ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ ଯାଉଥିଲା । ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଏହି ସମୟରେ ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ଏକ ୩୩ କେଭି ବିଦ୍ୟୁତ ତାର ଯାଇଥିବା ଖୁଣ୍ଟ ସହିତ ପିଟି ହୋଇ ଓଲଟିପଡ଼ିଥିଲା । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଜଣେ ମହିଳାଙ୍କୁ ବିଦ୍ୟୁତ ଆଘାତ ମଧ୍ୟ ଲାଗିଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ବଣାଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ କିଛି ଗୁରୁତର ଯାତ୍ରୀଙ୍କୁ ରାଉରକେଲା ମେଡ଼ିକାଲରୁ ସ୍ଥାନାନ୍ତର କରାଯାଇଛି ।
ଖବର ପାଇ ଲହୁଣିପଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ କରୁଛି । ଡ୍ରାଇଭରର ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031