Indus Valley Times

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

 Breaking News

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

May 03
08:46 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୩/୫ : ଶନିବାର ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା ସଦର ମହକୁମାସ୍ଥ ଟି.ଏଲ.ସି ଜିଲ୍ଲା ପ୍ରେସ କ୍ଳବ ଛକ ଠାରେ ଅବସ୍ଥାପିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ କବି ସ୍ବର୍ଗତ ନାରାୟଣ ମିଶ୍ର ଙ୍କ ପୂର୍ଣବୟବ ପ୍ରତିମୂର୍ତ୍ତିରେ ଆଜି ତାଙ୍କର ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋରଧା ପୌର ପରିଷଦ ଆନୁକୂଲ୍ୟରେ ସାମୂହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନିର୍ବାହୀ ଅଧିକାରୀ ପୌରପରିଷଦ, ଖୋରଧା ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀ ଖୋରଧା, ଶ୍ରୀଯୁକ୍ତ ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ସଂଗ୍ରାମୀ ନାରାୟଣ ମିଶ୍ର ସ୍ମୃତି ପରିଷଦ ଅଧ୍ୟକ୍ଷ ଶ୍ରୀ ସୁଜିତ କୁମାର ମିଶ୍ର, ସମ୍ପାଦକ ଡ଼.ଧୀରେନ୍ଦ୍ର ନନ୍ଦ, ଯୋଗଦେଇ ସ୍ୱର୍ଗତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସ୍ତମ୍ଭକାର ଉମା ଶଙ୍କର ପ୍ରସାଦ, ଖୋରଧା ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ ରାମଶଙ୍କର, ଖୋରଧା ଜିଲ୍ଲା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି , ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ , ଜିଲ୍ଲା ପ୍ରେସ କ୍ଳବ ଉପସଭାପତି ପ୍ରସନ୍ନ କୁମାର ପାଇକରାୟ, ସାଧାରଣ ସମ୍ପାଦକ ପ୍ରକାଶ ହାତୀ, ସୟଦ ଅନସର ଅଲ୍ଲୀ, ଇକବଲ ଅହମ୍ମଦ,ପେପର ମ୍ୟାନ ବିମଳ ଚନ୍ଦ୍ର ଷଡ଼ଙ୍ଗୀ ,ସମାଜସେବୀ ଇତିଶ୍ରୀ ସାହୁ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ଜେନା,ସୁରେନ୍ଦ୍ର ବେହେରା, ଭକ୍ତ ବଲ୍ଲଭ ନାୟକ, ହାଜି ନାସିମ୍ ଉଦ୍ଦିନ୍ ଖାନ ,ଡ.ପ୍ରଫୁଲ୍ଲ କୁମାର ସାମନ୍ତରାୟ,ପ୍ରଦୀପ କୁମାର ବେହେରା, ନୃସିଂହ ନାଥ ନାଥ ମିଶ୍ର ,ଗୋବିନ୍ଦ ଚନ୍ଦ୍ର ମହାରଣା, ହୃଷିକେଶ ନନ୍ଦ ,ଜଗବନ୍ଧୁ ସାହୁ,ଡ. ମିନତୀ କୁମାରୀ ମହାନ୍ତି, ରାଜେଶ ଚନ୍ଦ୍ର ମହାନ୍ତି, ଶକ୍ତି ଶଙ୍କର ମିଶ୍ର ସମେତ ବୁଦ୍ଧିଜୀବୀ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ପ୍ରମୁଖ ଯୋଗ ଦେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତି ଚାରଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31