Indus Valley Times

ବିଶ୍ୱଜିତଙ୍କ ଜନ୍ମ ଦିନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

 Breaking News

ବିଶ୍ୱଜିତଙ୍କ ଜନ୍ମ ଦିନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବିଶ୍ୱଜିତଙ୍କ ଜନ୍ମ ଦିନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
July 12
17:30 2026

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଋାୟଗଡ଼ା/ଚନ୍ଦ୍ରପୁର, ୧୨/୭ : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଢେଲାପଡା ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କ ଅନୁପ୍ରେରଣାରେ ଲାଞ୍ଜିଗଡ଼ ଡି.ଏ. ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ରୁ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଶ୍ରୀମାନ ବିଶ୍ୱଜିତ ସାହୁକାର ତାଙ୍କର ୧୮ ତମ ଜନ୍ମ ଦିବସ ରେ ମା ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଶ୍ଵଜିତ ଙ୍କ ମାତା ଶ୍ରୀମତୀ ବବିତା ସାହୁକାର, ପିତା ଶ୍ରୀ ଯୁକ୍ତ ପ୍ରିୟରଞ୍ଜନ ସାହୁକାର,ବିଜେପି ପ୍ରଭାରି ରୁଦ୍ର ପ୍ରସାଦ ମୁଗୁଲୀ ପ୍ରଧାନଶିକ୍ଷକ ଶ୍ରୀ ଯୁକ୍ତ ଭାସ୍କର କାଣ୍ଡାମାକା ସହକାରୀ ଶିକ୍ଷକ ଗୌରାଙ୍ଗ ପ୍ରସ୍କା, ତିଳୋତ୍ତମା ଗୌଡ଼, ଧରମା ରାଜୁ କାଡ୍ରାକା , ଭାଈ ପ୍ରଭଞ୍ଜନ ସାହୁକାର, ପିଉଷୀ ସାହୁକାର ଓ ଅଙ୍ଗନ୍ ୱାଡ଼ି କର୍ମୀ ଶ୍ରୀ ମତି ସଞ୍ଜିତା ସିଂ ପାଚିକା ରେବତୀ ଉଲ୍ଲାକା , କାମୀ ଚନ୍ଦ୍ରିକା ବିଦ୍ୟାଳୟ ଛାତ୍ରଛାତ୍ରୀ ସମାବେଶ ହୋଇ ଅଅଁଳା, ସଜନା, ବୋରକୋଲି,ଅମୃତ, ପିଜୁଳି, ଆମ୍ବ, ସହ ବୋଉଳ ପ୍ରଭୁତି ଉପାଦେୟ ଚରା ରୋପଣ କରିଥିଲେ। ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ମାଙ୍କ ନାମରେ ଗଛଟିଏ ଲଗାଇବା ପାଇଁ ବୁଝାଇଥିଲେ। ଏହା ସହ ବିସୁକୁଟ ଚକଲେଟ ବଣ୍ଟନ କରିଥିଲ।
ଏ ପରି କାର୍ଯ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ଆଶା ବ୍ୟକ୍ତ କରିବା ସହିତ ଶ୍ରୀମାନ ବିଶ୍ୱଜିତଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031