Indus Valley Times

ବିଷ ଦେଇ ବିବାହିତା ଝିଅକୁ ମାରିଥିବା ଅଭିଯୋଗ କଲେ ବାପଘର ଲୋକେ

 Breaking News

ବିଷ ଦେଇ ବିବାହିତା ଝିଅକୁ ମାରିଥିବା ଅଭିଯୋଗ କଲେ ବାପଘର ଲୋକେ

ବିଷ ଦେଇ ବିବାହିତା ଝିଅକୁ ମାରିଥିବା ଅଭିଯୋଗ କଲେ ବାପଘର ଲୋକେ
November 19
12:41 2024

ସୁବର୍ଣ୍ଣପୁର, ୧୯/୧୧ : ବିବାହକୁ ୬ମାସ ପୂରି ନାହିଁ। ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର। ନବ ବଧୂକୁ ବିଷ ଦେଇ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ। ଝିଅକୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ବିନିକା ଥାନାରେ ଅଭିଯୋଗ କରିଛନ୍ତି ମା’।
ଅଭିଯୋଗ ଅନୁସାରେ,ଚରଦା ଗାଁର ନରେନ୍ଦ୍ର ପଧାନ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗାଁର ଅଞ୍ଜଳିଙ୍କୁ ୬ ମାସ ହେବ ବିବାହ କରିଥିଲେ। ହେଲେ ଵିଵାହର କିଛିଦିନ ପରେ ନରେନ୍ଦ୍ର ଭାଉଜଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏଥିସହ ଭାଉଜର କଥାରେ ପଡି ଅଞ୍ଜଳିଙ୍କୁ ବାପଘରୁ ୩ ଭରି ସୁନା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ଆଣିବା ପାଇଁ କହିଥିଲେ। ଏଥିପାଇଁ ନିର‌୍ୟାତନା ମଧ୍ୟ ଦେଉଥିଲେ ବୋଲି ଅଞ୍ଜଳିଙ୍କ ମା’ ଅଭିଯୋଗ ଆଣିଛନ୍ତି।
ଯୌତୁକ ପାଇଁ ଅଞ୍ଜଳିଙ୍କୁ ଶାଶୁଘର ଲୋକେ ଯୋଜନାବଦ୍ଧ ଭାବେ ବିଷ ପିଆଇ ଦେଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଅଞ୍ଜଳିଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଛି।
ଝିଅକୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଞ୍ଜଳିଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବିନିକା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930