Indus Valley Times

ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା

 Breaking News

ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା

ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା
June 25
12:06 2026

ମାଲକାନଗିରି, ୨୫/୬: ସାପ ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ଛନକା ପଶିଯାଏ। ଆଉ ଯଦି ସାପ କାମୁଡ଼ିଦିଏ, କଥା ସରିଲା। ଭୟରେ ମଣିଷ ଅଧା ମରିଯାଏ। ହେଲେ ଏଭଳି ପରିସ୍ଥିତିରେ ଭୟ ନକରି ସାହସର ପରିଚୟ ଦେଇଛନ୍ତି ଜଣେ ମହିଳା।
ସାପ କାମୁଡ଼ିବା ପରେ ସେ କେବଳ ସେହି ବିଷାକ୍ତ ସାପକୁ ଜୀବନ୍ତ ଧରିନାହାନ୍ତି, ବରଂ ତାକୁ ଏକ ବିସ୍କୁଟ ଡବାରେ ଭର୍ତ୍ତି କରି ଚିକିତ୍ସା ପାଇଁ ସିଧା ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏଭଳି ଏକ ଅଜବ ତଥା ଚମକାଇ ଦେବା ଭଳି ଦୃଶ୍ୟ ସ୍ଥାନୀୟ ହସ୍ପିଟାଲରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କୁରୁମପାଲି ଗ୍ରାମର ମହିଳା ମଣିମା ନାୟକ ରାତିରେ ନିଜ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ କେଉଁଆଡ଼ୁ ଆସି ହଠାତ୍ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ମାତ୍ରେ ମଣିମାଙ୍କ ନିଦ ଭାଙ୍ଗି ଯାଇଥିଲା ଏବଂ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା।
ସାଧାରଣତଃ ଏଭଳି ସ୍ଥିତିରେ ଲୋକେ ପାଟିତୁଣ୍ଡ କରନ୍ତି କିମ୍ବା ବିକଳ ହୁଅନ୍ତି। କିନ୍ତୁ ମଣିମା ଧୈର୍ଯ୍ୟ ହରାଇ ନଥିଲେ। କେଉଁ ସାପ କାମୁଡ଼ିଛି ତାହା ଡାକ୍ତରଙ୍କୁ ଚିହ୍ନାଇବା ଜରୁରୀ ଭାବି ସେ ସେହି ବିଷଧର ସାପକୁ ନିଜ ହାତରେ କାବୁ କରିନେଇଥିଲେ। ଏହାପରେ ବଡ଼ ଚତୁରତାର ସହ ସାପକୁ ଏକ ଖାଲି ବିସ୍କୁଟ ଡବା ଭିତରେ ପୂରାଇ ତାର ଢାଙ୍କୁଣି ବନ୍ଦ କରିଦେଇଥିଲେ।
ମହିଳା ଜଣକ ସାପ ଭର୍ତ୍ତି ଡବାକୁ ଧରି ସିଧାସଳଖ ଡାକ୍ତରଖାନାରେ ପହଞ୍ଚିଥିଲେ। ଯେତେବେଳେ ଡାକ୍ତର ଓ ସେଠାରେ ଉପସ୍ଥିତ ଲୋକେ ଜାଣିବାକୁ ପାଇଲେ ଯେ ମହିଳାଙ୍କ ହାତରେ ଥିବା ଡବା ଭିତରେ ସେହି ସାପଟି ଅଛି ଯିଏ ତାଙ୍କୁ କାମୁଡ଼ିଛି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଆତଙ୍କ ଖେଳିଯାଇଥିଲା।
ତେବେ ମହିଳାଙ୍କର ଏହି ସାହସିକତାକୁ ଦେଖି ଡାକ୍ତର ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି, କାରଣ ସାପ ଚିହ୍ନଟ ହେବା ଫଳରେ ସଠିକ୍ ଆଣ୍ଟି-ଭେନମ୍ ଇଞ୍ଜେକ୍ସନ ଦେଇ ଚିକିତ୍ସା କରିବା ଡାକ୍ତରଙ୍କ ପାଇଁ ସହଜ ହୋଇଛି। ବର୍ତ୍ତମାନ ମହିଳାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31