Indus Valley Times

ବିଷାକ୍ତ ଫଳ ଖାଇ ୧୧ ଶିଶୁ ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

 Breaking News

ବିଷାକ୍ତ ଫଳ ଖାଇ ୧୧ ଶିଶୁ ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

November 30
11:32 2023

ମାଲକାନଗିରି,୩୦/୧୧: ବିଷାକ୍ତ ଫଳ ଖାଇ ୧୧ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛି। ଘଟଣା ଘଟିଛି ମାଲକାନଗିରି ବ୍ଲକ ଝରାପାଲି ପଞ୍ଚାୟତ ତେଲିମେଟା ଗାଁରେ। ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୭ ଜଣ ଝିଅ ଓ ୪ ଜଣ ପୁଅ ଅଛନ୍ତି।
ଗତକାଲି ଅପରାହ୍ନ ସମୟରେ ପିଲାମାନେ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ଘର ନିକଟରେ ଥିବା ଜଙ୍ଗଲରୁ ପିଲାମାନେ କୌଣସି ଏକ ବିଷାକ୍ତ ଫଳ ତୋଳି ଖାଇ ଦେଇଥିଲେ।
ସନ୍ଧ୍ୟା ବେଳେ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। କିଛି ବିଷାକ୍ତ ଜିନିଷ ଖାଇବା ଯୋଗୁ ପିଲାମାନଙ୍କୁ ଝାଡ଼ା ବାନ୍ତି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031