Indus Valley Times

ବେଆଇନ୍ ମୋରମ୍ ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ : ୨ଟି ଜେସିବି ସହ ୫ ଟି ଟ୍ରାକ୍ଟର ଜବତ

 Breaking News

ବେଆଇନ୍ ମୋରମ୍ ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ : ୨ଟି ଜେସିବି ସହ ୫ ଟି ଟ୍ରାକ୍ଟର ଜବତ

ବେଆଇନ୍ ମୋରମ୍ ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ : ୨ଟି ଜେସିବି ସହ ୫ ଟି ଟ୍ରାକ୍ଟର ଜବତ
February 16
11:57 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୬/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦଣ୍ଡପଦର ନିକଟସ୍ଥ ଖଡଗ ନଦୀ ନିକଟରୁ ବେଆଇନ୍ ଭାବେ ମୋରମ୍ ଖନନ ସହ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ୍ ।
ଘଟଣାସ୍ଥଳରୁ ମୋରମ୍ ଖନନ କାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ସହ ଚାଲାଣରେ ବ୍ୟବହୃତ ୫ ଟି ଟ୍ରାକ୍ଟର ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସମ୍ପୃକ୍ତ ୨ ଜଣ ଜେସିବି ଅପରେଟର ଓ ୫ ଜଣ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।
ସୂଚନା ପ୍ରକାରେ ଦୀର୍ଘ ଦିନ ହେବ ଅଞ୍ଚଳର ବିଭିନ୍ନ ସ୍ଥାନରୁ ମୋରମ୍, ମାଟି, ପଥର,ବାଲି ଭଳି ବିଭିନ୍ନ ପଦାର୍ଥ ବିନା ଅନୁମତିରେ ଖନନ ଓ ଚୋରା ଚାଲାଣ ହେଉଥିବା ଏବଂ ରାଜସ୍ବ ବିଭାଗ ର ବିନା ଅନୁମତି ଓ ବିନା ରୟାଲଟି ରେ ଚାଲାଣ ହେଉଥିବା ଅଭିଯୋଗ ପରେ କୌଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଘଟଣାକୁ ଗୁରୁତର ସହ ନେଇ ରବିବାର ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଙ୍ଗ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930