Indus Valley Times

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ : ୩ ଶିକାରୀ ଗିରଫ , ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର

 Breaking News

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ : ୩ ଶିକାରୀ ଗିରଫ , ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ : ୩ ଶିକାରୀ ଗିରଫ , ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର
February 22
21:46 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ ଶିକାରୀ କୁ ଗିରଫ କରିଛି ବନ ବିଭାଗ ।
ଗିରଫ ତିନି ଜଣ ଶିକାରୀ ମୁଣ୍ଡୁଟି ଜଙ୍ଗଲ ରେ ଜାନୁଆରୀ ୪ ତାରିଖ ଦିନ ବାରହା ଶୀକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ କ୍ଷ କିନ୍ତୁ ବିଦ୍ୟୁତ ଫାସ ରେ ବାରହା ବଦଳରେ ଏକ ହାତୀ ପଡ଼ିଥିବା ବେଳେ ଜାନୁଆରୀ ୫ ତାରିଖ ଦିନ ବିଦ୍ୟୁତ ସଂସ୍ପର୍ଶ ରେ ଆସି ହାତୀ ର ମୃତ୍ୟୁ ହୋଇଥିଲା ।
ତେବେ ହାତୀ ମୃତ୍ୟୁ ଘଟଣା ରେ ବନ ବିଭାଗ ତଦନ୍ତ କରିବା ସମୟରେ ଏହି ତିନି ଜଣ ଶିକାରୀ କୁ ଜେରା କରିବା ବେଳେ ବିଦ୍ୟୁତ ତାର ବିଛେଇବା ସହ ହାତୀ ର ମୃତ୍ୟୁ ପରେ ବି ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା ସତ ଓଗାଳିଥିଲେ କ୍ଷ ଗିରଫ ତିନି ମୁଖ୍ୟ ଅଭିଯୁକ୍ତ ହେଲେ ବେଲଘର ରେଞ୍ଜ ଝିରିପାଣି ଗାଁ ର କ୍ଷମା ପାତ୍ର (୭୬) ବୃଷଭ ପାତ୍ର (୪୪)ଓ ଗୋକୁଳ ପାତ୍ର (୪୧) ।
ପୂର୍ବରୁ ଫେବୃଆରୀ ୪ ତାରିଖ ରେ ଝିରିପାଣି ଅଞ୍ଚଳ ର ଅନ୍ୟ ୩ ଶିକାରୀ କୁ ଗିରଫ କରିବା ସହ ତିନି ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଛାଲ,ସିଂଘ ସମେତ ବନ୍ୟ ଜୀବଜନ୍ତୁ ଙ୍କ କଙ୍କାଳ ଆଦି ଜବତ କରିଥିଲା ବନ ବିଭାଗ ।
ତେବେ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ଏଯାବତ ଛଅ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜର ଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି କ୍ଷ ହାତୀ ମୃତ୍ୟୁ ପରେ ଘଟଣା କୁ ଚପେଇଦେବା କୁ ଉଦ୍ୟମ କରି ହାତୀ ମୃତ ଶରୀର କୁ ୩୨ଖଣ୍ଡ କରି କାଟି ମାଟି ତଳେ ପୋତି ଦେଇଥିବା ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶି ଙ୍କୁ ନିଲମ୍ବନ କରାଯାଇଥିବା ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଫେରାର ଡେପୁଟି ରେଞ୍ଜରଙ୍କ ବିରୁଦ୍ଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି ।
ସେହିପରି ତଦନ୍ତ ରିପୋର୍ଟ କୁ ଚପେଇଦେବା ନେଇ ଏସିଏଫ ସୂର‌୍ୟ୍ୟକାନ୍ତ ବେହେରା ଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି କ୍ଷ ଏ ସମ୍ପର୍କ ରେ ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ତଦନ୍ତ କାରୀ ଅଧିକାରୀ ତଥା ଏ ସି ଏଫ ମନୋରଞ୍ଜନ ବାଗ ପ୍ରକାଶ କରିଛନ୍ତି ।
ମାଓବାଦୀ-ପୁଲିସ ମୁହାଁମୁହିଁ : କରଡା ଜଙ୍ଗଲରେ ଏନକାଉଣ୍ଟର, ଦୁଇ ମାଓବାଦୀ ନିହତ
କନ୍ଧମାଳ, ୨୨/୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡା ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ଏସଓଜି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଗୁଳି ଚଳାଇଥିଲେ।
ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି। ମାର୍ଚ୍ଚ ଶେଷ ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଯେଉଁ ପ୍ରକ୍ରିୟା ଚାଲିଛି, ସେଥିରେ କନ୍ଧମାଳ ଜିଲାରେ କିଛି ମାଓବାଦୀ ଆତ୍ମଗୋପନ କରିଛନ୍ତି । ଏହାକୁ ନେଇ କିଛି ଦିନ ହେଲା କମ୍ବିଂକୁ ଜୋରଦାର କରାଯାଇଛି ।
ଗତ ସପ୍ତାହରେ ରାଇକିଆ ଥାନା ଇନ୍ଦ୍ରଗଡ ପଞ୍ଚାୟତ ରେ ମଧ୍ୟ ପୋଲିସ ମାଓବାଦୀ ମୁହମୁହିଁ ହେବା ସହ ଗୁଳିବିନମୟ ହୋଇଥିଲା । ଏଥିରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ ଜଙ୍ଗଲରେ ଏବେବି କମ୍ଵିଂ ଅପରେସନ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930