Indus Valley Times

ବେଲଘର ହାତୀ ମୃତ୍ୟୁଘଟଣା :ଫେରାର ଥିବା ଡେପୁଟି ରେଂଜର ବିନୟ ବିଶିଙ୍କ ଉଚ୍ଚ ହାଇକୋର୍ଟ ବେଲ ନେଇ ଆତ୍ମ ସର୍ମପଣ

 Breaking News

ବେଲଘର ହାତୀ ମୃତ୍ୟୁଘଟଣା :ଫେରାର ଥିବା ଡେପୁଟି ରେଂଜର ବିନୟ ବିଶିଙ୍କ ଉଚ୍ଚ ହାଇକୋର୍ଟ ବେଲ ନେଇ ଆତ୍ମ ସର୍ମପଣ

ବେଲଘର ହାତୀ ମୃତ୍ୟୁଘଟଣା :ଫେରାର ଥିବା ଡେପୁଟି ରେଂଜର ବିନୟ ବିଶିଙ୍କ ଉଚ୍ଚ ହାଇକୋର୍ଟ ବେଲ ନେଇ ଆତ୍ମ ସର୍ମପଣ
February 23
22:24 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୨ : ବୋହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣା ର ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବେଲଘରର ଡେପୁଟି ରେଂଜର ବିନୟ ବିଶି ଆଜି ହାଇକୋର୍ଟ ବେଲେନେଇ ।ାତ୍ମ ସର୍ମପଣ । ପ୍ରଥମେ ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତଙ୍କ ପାଖରେ ଆତ୍ମ ସର୍ମପଣ କରିଛନ୍ତି । ବନଖଣ୍ଡ ଅଧିକାରୀଙ୍କ ସହିତ ଦେଖା କରିବା ପରେ ତୁମୁଡିବନ୍ଧ ଜେଏମଏଫସି କୋର୍ଟର ବିଚାରପତିଙ୍କପାଖରେ ହାଇକୋର୍ଟ ବେଲ ନେଇ ଆତ୍ମସର୍ମପଣକରିଥିଲେ ଏହାପରେ ଜାମିନ ରେ ଗଲେ ଡେପୁଟିରେଂଜର । ଏହାପରେ ଡେପୁଟି ରେଂଜର ବର୍ତମାନ ଠାରୁ ତଦନ୍ତ ପକ୍ରିୟାରେ ସାହାଯ୍ୟ କରିବେ । ସୁଚନା ଯୋଗ୍ୟ ଯେ ବାଲିଗୁଡା ବନଖଣ୍ଡ ଅଧିନରେ ଥିବା ବେଲଘର ବନାଂଚଳରେ ଗତ ଜାନୁୟାରୀ ୫ ତାରିଖରେ ଏକହାତୀ ମୃତ୍ୟୁ ହୋଇଥିଲା ।
ଏହାକୁ ଲୁଚାଇବାକୁ ଯାଇ ବେଲଘର ଡେପୁଟି ରେଂଜର ମୃତ ହାତୀକୁ ପ୍ରଥମେ ଏକ ନର୍ସରୀ ମଧ୍ୟରେ ପୋତିଥିଲେ ଘଟଣାଟି ଜଣା ପଡିବା ପରେ ହାତୀକୁ ଖଣ୍ଡଖଣ୍ଡ କରି ଶହେକିମି ଦୁର କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ପୋତିଥିଲେ ।
ଘଟଣାଟିର ସତ୍ୟାସତ୍ୟ ଧିରେଧିରେ ଜଣାପଡିଥିଲା । ଏହି ଘଟଣାରେ ବର୍ତମାନ ସୁଧା ୧୧ଜଣ ଗିରଫ ହୋଇଥିବା ବେଳେ ଏସିଏଫ ସୁର୍ଯ୍ୟକାନ୍ତ ବେହେରା ଭୁଲତଦନ୍ତ କରିଥିବାରୁ ନିଲମ୍ବିତ ହୋଇଛନ୍ତି ।
ମାଓବାଦୀ-ପୁଲିସ ମୁହାଁମୁହିଁ ଘଟଣା:
ବ୍ୟାପକ ମାଓ ସାମଗ୍ରୀ ଜବତ ସହ ନିହତ ଦୁଇ ମାଓବାଦୀ ଙ୍କ ପରିଚୟ ସ୍ପଷ୍ଟ କଲା ପୋଲିସ

ବାଲିଗୁଡା, ୨୩/୨ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ କରଡା ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ଉକ୍ତ ଦିନ ଏକ ମିଳିତ ମାଓ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା ।
ଯେଉଁଥିରେ ୧୨୭ ବାଟାଲିୟନ ଏବଂ ୬୪ ବାଟାଲିୟନରୁ ୧୧ ଟି ଏସଓଜି ଦଳ ଏବଂ ସିଆରପିଏଫର ୨ଟି ଦଳ ନିୟୋଜିତ କରାଯାଇ ଥିଲା । ଏହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀ ମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା।
ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି। ସେମାନେ ହେଲେ କମାଣ୍ଡର ଜାଗେଶ ସେ ଜଣେ ସାମୁହିକ ପ୍ଲାଟୁନର ଡେପୁଟି କମାଣ୍ଡର ଏବଂ ରତ୍ନ ସେ ଜଣେ ପାର୍ଟି ସଦସ୍ୟ ଭାବରେ ଚିହ୍ନଟ କରାଯାଇଛି ।
ଯାହାଙ୍କ ଉପରେ ଓଡ଼ିଶା ସରକାର ଯଥାକ୍ରମେ – ୨୨,୦୦, ୦୦୦ ଟଙ୍କା ଏବଂ ୧, ୬୫,୦୦୦ – ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଓଡ଼ିଶା ସରକାର ଏକେ-୪୭ ରାଇଫଲ୍ ପାଇଁ ୩, ୩୦, ୦୦୦ ଟଙ୍କା, ୟୁ ଜି ବି ଏଲ ପାଇଁ ୪୪, ୦୦୦ ଟଙ୍କା ଏବଂ ଏସ ଏଲ ଆର ରାଇଫଲ୍ ପାଇଁ ୧, ୬୫, ୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। କେକେବିଏନ ଡିଭିଜନର ସୁକ୍ରୁ ଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ଜଣାପଡିଛି। ଘଟଣାସ୍ଥଳରୁ, ଅଣ୍ଡର ହାରେଲ ଗ୍ରେନେଡ୍ ଲଞ୍ଚର୍ ସହିତ ସଜ୍ଜିତ ଗୋଟିଏ, ଏ କେ-୪୭ ରାଇଫଲ୍ ଏବଂ ମ୍ୟାଗାଜିନ୍ ସହିତ ଗୋଟିଏ ୭.୬୨ ଏମ ଏମ ସେଲ୍ଫ-ଲୋଡିଂ ରାଇଫଲ୍ (ଏସଏଲ ଆର) ଭଳି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷା ବାହିନୀ ଅନ୍ୟ ମାଓବାଦୀ କ୍ୟାଡର ମାନଙ୍କୁ ଠାବ କରିବା ଏବଂ ଅଞ୍ଚଳର ସମ୍ପୂର୍ଣ୍ଣ ଆଧିପତ୍ୟ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜୋରଦାର କରୁଛନ୍ତି ବୋଲି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧକ୍ଷକ ହରିଶ୍ ବି.ସି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।
ଫାଇନାନ୍ସ କମ୍ପାନୀର ଦବଙ୍ଗଗିରୀ, କିସ୍ତି ପଇସା ନଦେବାରୁ କାଠ ଫାଳିଆ ରେ ମରଣାନ୍ତକ ଆକ୍ରମଣ
ବାଲିଗୁଡା, ୨୩/୨: ଫ୍ୟୁଜନ ଫାଇନନ୍ସ କମ୍ପାନୀ ଶାଖା ପରିଚାଳକ ଙ୍କ ଦବଙ୍ଗଗିରି, ଲୋନ୍ କିସ୍ତି ନ ଦେବାରୁ ଉତକ୍ଷୀପ୍ତ ହୋଇ ମହିଳା ଙ୍କ ସ୍ବାମୀ ଙ୍କୁ କାଠ ଫାଳିଆ ରେ ମରଣାନ୍ତକ ଆକ୍ରମଣ କଲେ ଫ୍ୟୁଜନ୍ କମ୍ପାନୀ ର ଶାଖା ପରିଚାଳକ ଦିୱାନା ପ୍ରଧାନ, ସୂଚନା ଅନୁଯାୟୀ ଶନିବାର ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡୁରୁକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଦିନାଟ ଗାଁ ର ନିରଜିନି ମଲ୍ଲିକ ଫ୍ୟୁଜନ କମ୍ପାନୀ ରୁ ଲୋନ ଆଣିଥିଲେ, ପଇସା ପତ୍ର ଅସୁବିଧାରୁ ସେ ଲୋନ କିସ୍ତି ଦେଇପାରି ନ ଥିଲେ, ଶାଖା ପରିଚାଳକ ଦିୱାନା ପ୍ରଧାନ ନୀରଜିନି ମଲ୍ଲିକ ଙ୍କ ଘରକୁ ଆସି ଜୋର ଜବରଦସ୍ତ୍ ଲୋନ କିସ୍ତି ମାଗିବା ସହିତ ମହିଳା ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।
ମହିଳା ଙ୍କ ସ୍ବାମୀ କସିରା ମଲ୍ଲିକ ଏହାକୁ ବିରୋଧ କରିବାରୁ ଉତକ୍ଷୀପ୍ତ ହୋଇ ଗାଁ ଦାଣ୍ଡରେ ପଡ଼ିଥିବା କାଠ ଫାଳିଆ ରେ ଆକ୍ରମଣ କରିବାରୁ କସିରା ଗୁରୁତର ହୋଇଥିଲେ ।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଭାବେ ଆହତ କସିରା ଙ୍କୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରିବା ସହିତ ଶାଖା ପରିଚାଳକ ଙ୍କୁ ଅଟକ ରଖିଥିଲେ ।
ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶାଖା ପରିଚାଳକଙ୍କୁ ଥାନା କୁ ନେଇ ପଚରା ଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ଏପଟେ ଗୁରୁତର ଙ୍କ ସ୍ବାସ୍ଥ୍ୟରେ ଉନ୍ନତି ନ ହେବାରୁ ଫୁଲବାଣୀ ମେଡିକାଲ୍ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି ।
ଅଭିଯୁକ୍ତ ଶାଖା ପରିଚାଳକଙ୍କ ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମିତି ସଭ୍ୟ ଦୟା ମଲ୍ଲିକ ଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031