Legatus

ବୌଦ୍ଧ ଓ ନୂଆପଡାରେ ୪୪ ଡିଗ୍ରୀ ଛୁଇଁଲା ତାତି, ୪୦ ଡିଗ୍ରୀ ଉପରେ ୨୫ ସହରର ତାପମାତ୍ରା

 Breaking News

ବୌଦ୍ଧ ଓ ନୂଆପଡାରେ ୪୪ ଡିଗ୍ରୀ ଛୁଇଁଲା ତାତି, ୪୦ ଡିଗ୍ରୀ ଉପରେ ୨୫ ସହରର ତାପମାତ୍ରା

ବୌଦ୍ଧ ଓ ନୂଆପଡାରେ ୪୪ ଡିଗ୍ରୀ ଛୁଇଁଲା ତାତି, ୪୦ ଡିଗ୍ରୀ ଉପରେ ୨୫ ସହରର ତାପମାତ୍ରା
May 04
20:23 2024

ଭୁବନେଶ୍ବର,୪/୫: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ଲୋକଙ୍କୁ ନିସ୍ତାର ମିଳି ନାହିଁ। ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି।
୪୪ ଡିଗ୍ରି ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। କିନ୍ତୁ ଟ୍ୱିନ ସିଟି ଭୁବନେଶ୍ବର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି। ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ପାଣିପାଗ ତାତି କମିବ। ବିସ୍ତାରିତ ପରିସର ଆକଳନ ଅନୁଯାୟୀ ମେ’ ୯ରୁ ୧୫ ମଧ୍ୟରେ ତାପମାତ୍ରା ହ୍ରାସ ପାଇବ। ତାପମାତ୍ରା ବିଚ୍ୟୁତି (ସ୍ୱାଭାବିକ ଠାରୁ ତାପମାତ୍ରା ବ୍ୟବଧାନ) କମ ରହିବାର ସମ୍ଭାବନା ଥିବାରୁ, ରାଜ୍ୟରେ ହେବାକୁ ଥିବା ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ସମୟରେ ତାତି ଅନୁକୂଳ ରହିବ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31