Indus Valley Times

ବୌଦ୍ଧ : ଓଡ଼ିଶା ବିଧାନସଭାର ଗୃହ କମିଟି ସଦସ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ

 Breaking News

ବୌଦ୍ଧ : ଓଡ଼ିଶା ବିଧାନସଭାର ଗୃହ କମିଟି ସଦସ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ

ବୌଦ୍ଧ : ଓଡ଼ିଶା ବିଧାନସଭାର ଗୃହ କମିଟି ସଦସ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ
June 24
10:40 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୪/୬ : ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଓଡିଶା ବିଧାନ ସଭାର ଗୃହ କମିଟି ର ସଦସ୍ୟ ମାନେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ଠାରେ ପହଂଚିଥିଲେ ।
ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କୁ ନେଇ ଜିଲ୍ଲା ଗସ୍ତରେ ଆସିଥିବା ଗୃହ କମିଟି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହି ବୈଠକ ରେ ବିଧାୟକ, ପାଟକୁରା ଅରବିନ୍ଦ ମହାପାତ୍ର, ବିଧାୟକ, ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ, ବିଧାୟକ, ମାଲକାନଗିରି ନରସିଂହ ମାଡକାମି, ବିଧାୟକ, କଟକ ସଦର ପ୍ରକାଶ ଚନ୍ଦ୍ର ସେଠି, ବିଧାୟକ, ଫୁଲବାଣୀ ଉମାଚରଣ ମଲ୍ଲିକ, ବିଧାୟକ, ଛେଣ୍ଡିପଦା ଅଗସ୍ତି ବେହେରା, ବିଧାୟକ, ମୋହନା ଦାଶରଥି ଗମାଙ୍ଗ, ବିଧାୟକ, କଣ୍ଟାମାଲ କହ୍ନା ଇ ଚରଣ ଡାଙ୍ଗ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ସେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏ ଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବକ୍ଷଣୁଆ, ସମସ୍ତ ବ୍ଲକ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ବୈଠକ ରେ ଜଳସେଚନ,ଗ୍ରାମ୍ୟ ଜଳ ଯୋଗାଣ,ପର୍ଯ୍ୟଟନ, ପଂଚାୟତିରାଜ, ଶିକ୍ଷା, ଆବାସିକ ବିଦ୍ୟାଳୟ ହଷ୍ଟେଲ, ସମସ୍ତ ପ୍ରକଳ୍ପ କାମ,ଓରମାସ, ଉଦ୍ୟାନ ବିଭାଗ ର ସମୀକ୍ଷା କରାଯାଇଥିଲା ।
ଡେପୁଟି କଲେକ୍ଟର ଲିପସା ଭାରତୀ ଏହି ବୈଠକ କୁ ପରିଚାଳନା କରିଥିଲେ । ଗୃହ କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଗ ସମସ୍ତ ଙ୍କୁ ଏକ ବର୍ଷ ମଧ୍ୟ ରେ ବହୁତ କାମ କରିଥିବାରୁ ବହୁତ ପ୍ରଶଂସା କରିବା ସହ କର୍ତ୍ତବ୍ୟ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଆହ୍ୱାନ କରିଥିଲେ । ସମସ୍ତ ଙ୍କ ଆଚାର, ବ୍ୟବହାର ଏବଂ ଉପସ୍ଥିତି ପାଇଁ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930