Indus Valley Times

ବୌଦ୍ଧ : ଜିଲାରେ ବିଭାଗୀୟ ଭିତିଭୂମି ନେଇ ସମୀକ୍ଷା କଲେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଉପଦେଷ୍ଟା

 Breaking News

ବୌଦ୍ଧ : ଜିଲାରେ ବିଭାଗୀୟ ଭିତିଭୂମି ନେଇ ସମୀକ୍ଷା କଲେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଉପଦେଷ୍ଟା

July 14
21:15 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୭ ରାଜ୍ୟ ସୂଚନା ଓ ପ୍ରଯୁକ୍ତବିଦ୍ୟା ବିଭାଗର ପ୍ରମୁଖ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ବିଭାଗୀୟ ଭିତିଭୂମି ନେଇ ଅନୁଧ୍ୟାନ କରିବା ସହିତ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।
ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାରେ ମୋ ସେବା କେନ୍ଦ୍ର,ଆଧାରକାର୍ଡ କେନ୍ଦ୍ର, ବ୍ଲକ ଗୁଡିକର ଭିସି କକ୍ଷ,ଓସ୍ୱାନ କକ୍ଷ,ରୁପାନ୍ତିରିତ ବିଦ୍ୟାଳୟ ଗୁଡିକରେ ପ୍ରଯୁକ୍ତି ବିଦ୍ୟାର ସୁବିଧା ସୁଯୋଗ,ପ୍ରତ୍ୟେକ ପାୟତକୁ ଇରନେଟ ସୁବିଧା. ବ୍ୟାଙ୍କିଂ ସୁବିଧା,ଆଭାସି ସମ୍ମିଳନୀ କକ୍ଷ ଆଦି ସଂପର୍କରେ ସମୀକ୍ଷା କରାଯାଇଥିଲା ।
ରାଜ୍ୟ ସରକାର ୧୯୭ ଗୋଟି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଓ ସେବା ଯୋଗାଇଦେଉଥିବାବେଳେ ଜିଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ଲୋକମାନଙ୍କୁ ପ୍ରତ୍ୟେକ ପାୟତରେ ଏହି ସବୁ ସୁବିଧା ଯୋଗାଇଦିଆଯାଇପାରିଲେ ସମସ୍ତ ସରକାରୀ ଯୋଜନାର ସଫଳ କାର‌୍ୟ୍ୟକାରିତା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମାଳରେ ଶ୍ରମିକମାନେ ଯେପରି ଠିକ ଭାବରେ ଶ୍ରମିକ ଜବକାର୍ଡ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ସହିତ ଏଥିପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା କରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୈଠକରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ କହିଥିଲେଯେ, ଜିଲାରେ ୪୨ ଟି ବିଦ୍ୟାଳୟରେ ଇରନେଟ ସଂଯୋଗ ଥିଲେ ମଧ୍ୟ ସେବା ଉପଲବ୍ଧ ହୋଇପାରୁନଥିôବା ଏବଂ ୨୦ ଟି ପାୟତରେ ଇରନେଟ ସେବା ଥାଇ ମଧ୍ୟ ଉପଲବ୍ଧ ନଥିବାବେଳେ ୧୨ ଗୋଟି ପାୟତରେ ଇରନେଟ ସେବା ଆଦୌ ନଥିବା ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା । ଏକମାସ ମଧ୍ୟରେ ପ୍ରତ୍ୟେକ ପାୟତକୁ ଇରନେଟ ସୁବିଧା ସୁନିଶ୍ଚିତ କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ପ୍ରତ୍ୟେକ ପାୟତରେ ଗୋଟିଏ ଲେଖାଏଁ ମୋ ସେବା କେନ୍ଦ୍ର କାର୍ଯ୍ୟକରାଯିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବାହାରେ କାର୍ଯ୍ୟ କରୁଥିବା ମୋ ସେବା କେନ୍ଦ୍ର ଗୁଡିକ ପାୟତ କାର୍ଯ୍ୟାଳୟ ମଧ୍ୟକୁ ଉଠାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଓକାକ୍ ର ଇଷ୍ଟେଟ ଅଧିକାରୀ ବିକାଶ କୁମାର ନାଏକ ,ମୋ ସେବା କେନ୍ଦ୍ର ପ୍ରକଳ୍ପ ମୁଖ୍ୟ ସୁରତ କୁମାର ଜେନା, ଜିଲା ସଂଯୋଜକ ରଜତ କୁମାର ଚୌହାନ, ଜିଲା ପାୟତ ଅଧିକାରୀ ଲକ୍ଷ୍ମଣ କୁମାର ଓରାମ, ଜିଲା ଇ ଶାସନ ପରିଚାକକ ସମୀର କୁମାର ନାଏକ, ବିଏସଏନଏଲ ସହକାରୀ ଯନ୍ତ୍ରୀ,ଶ୍ରମ ବିଭାଗ ଅଧିକାରୀଙ୍କ ସମେତ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଏହି ଗସ୍ତ ସମୟରେ ବୌଦ୍ଧଗଡ ଏନଏସି,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପାୟତ ସମିତି ବୈଦ୍ଧ, ବୌଦ୍ଧ ବ୍ଲକର ବଢିଗାଁ,ଖୁବନ୍ଧ,ମୁରୁଷୁଣ୍ଢି ପାୟତ, ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ,ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ଓ ହରଭଙ୍ଗା ପାୟତକୁ ଯାଇ ବିଭାଗୀୟ ଭିତିଭୂମି ଅନୁଧ୍ୟାନ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପାୟତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30