Indus Valley Times

ବୌଦ୍ଧ ଜିଲ୍ଲା କ୍ରୀଡା ସଂଘର ବାର୍ଷିକ କ୍ରୀଡା ଉଦ୍‌ଯାପିତ

 Breaking News

ବୌଦ୍ଧ ଜିଲ୍ଲା କ୍ରୀଡା ସଂଘର ବାର୍ଷିକ କ୍ରୀଡା ଉଦ୍‌ଯାପିତ

December 20
19:10 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୧୨ : ଜିଲ୍ଲା ଷ୍ଟାଡିୟମ ଠାରେ ଦୁଇଦିନ ଧରି ଚାଲିଥିବା ବୌଦ୍ଧ ଜିଲ୍ଲା କ୍ରୀଡା ସଂଘର ବାର୍ଷିକ କ୍ରୀଡା ଆଜି ଉଦ୍‌ଯାପିତ ହୋଇଯାଇଛି ।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ବୌଦ୍ଧ ଜିଲ୍ଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାମଲ, ବରିଷ୍ଠ କ୍ରୀଡ଼ାବିତ ଶ୍ୟାମସୁନ୍ଦର ମହାପାତ୍ର, ବୌଦ୍ଧ ଜିଲ୍ଲା କ୍ରୀଡା ସଂଘ ଯୁଗ୍ମ ସମ୍ପାଦକ ଲମ୍ବୋଦର ପୁରୋହିତ, ବୌଦ୍ଧ ଜିଲ୍ଲା କ୍ରୀଡା ସଂଘ ଉପ ସଭାପତି ନିରଞ୍ଜନ ମେହେର ପ୍ରମୁଖ ଯୋଗଦେଇ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ବୌଦ୍ଧ ବିଧାୟକ ଶ୍ରୀ ପ୍ରଧାନ ବର୍ତମାନ ସରକାର ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ସହ ପ୍ରତ୍ୟେକ ପଞ୍ଚାୟତରେ ମିନି ଷ୍ଟାଡିୟମ ଓ ପ୍ରତ୍ୟେକ ବ୍ଲକରେ ବହୁମୁଖୀ ଷ୍ଟାଡିୟମ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଥିଲେ ।
ଏହି କ୍ରୀଡା ଉତ୍ସବରେ ସମଗ୍ର ଜିଲ୍ଲାରୁ ୫୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୨୭ ଜଣ ଖେଳାଳି ଆଗାମୀ ଦିନରେ କଟକରେ ହେବାକୁ ଥିବା ରାଜ୍ୟ ଆଥଲେଟିକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ଦୀର୍ଘ ବର୍ଷ ପରେ ଏହି ଧରଣର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଅତିଥି ତଥା ସାଧାରଣରେ ଆୟୋଜକ ବୌଦ୍ଧ ଜିଲ୍ଲା କ୍ରୀଡା ସଂଘକୁ ପ୍ରଶଂସା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930