Indus Valley Times

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 Breaking News

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21
14:41 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୬ : ଆଜି ବୌଦ୍ଧ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ପୁରାତନ ଜେଲ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।
ଏହି ଆନ୍ତର୍ଜାତିକ ଯୋଗ ଦିବସରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ ଅଧକ୍ଷତା କରିଥିଲେ।
ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତର ବି କେ ଆର ସିଦେଓ ହେମ୍ବ୍ରମ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରବାର କଲ୍ୟାଣ), ଡାକ୍ତର ଅମିତାଭ ଦାସ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା), ଡାକ୍ତର ନାରାୟଣ ପସାୟତ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ମ୍ୟାଲେରିଆ), ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ), ଡାକ୍ତର ଶାନ୍ତା ନିବେଦିତା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସ୍ବାସ୍ଥ୍ୟବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତା, ଆଶାକର୍ମୀ,ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଏହି ଯୋଗ ଶିବିରରେ ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ପୁରୋହିତ ସମସ୍ତଙ୍କୁ ଯୋଗ ପ୍ରଶିକ୍ଷଣ କରାଇଥିଲେ । ଯୋଗ ଦ୍ବାରା କିପରି ସମସ୍ତେ ସୁସ୍ଥ ରହିପାରିବେ ସେ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶ୍ରୀ ପୁରୋହିତ ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930