Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକ୍ରମର ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକ୍ରମର ବୈଠକ ଅନୁଷ୍ଠିତ

January 25
11:45 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୧ : ବୌଦ୍ଧ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ବରିଷ୍ଠ ନାଗରିକ ମାନେ ତା.୨୭.୧.୨୦୨୫ ରିଖ ବୌଦ୍ଧ ରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ତା ଆଗରୁ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ପ୍ରଥମ ତୀର୍ଥଯାତ୍ରା ଯୋଜନା ଆରମ୍ଭ ସମ୍ବନ୍ଧରେ ସେହି କାର୍ଯ୍ୟକ୍ରମ କୁ କିପରି ସଫଳ କରିଥିଲେ ।
ସେ ବିଷୟରେ ନିଜର ଅନୁଭୂତି ବଖାଣି ଖୁସି ବ୍ୟକ୍ତ କରିଥିଲେ । ନିଜ ବ୍ଲକରୁ ତୀର୍ଥ ଯାତ୍ରା ରେ ଯିବା ପାଇଁ ପ୍ରସ୍ତୁତ ତାଲିକା ଅନୁଯାୟୀ ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତର ସହ ବୌଦ୍ଧ କୁ ଆଣିବା ପାଇଁ ସମ୍ପୃକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳ, ବୌଦ୍ଧ ଏହି ତୀର୍ଥ ଯାତ୍ରା ପାଇଁ ଦାୟିତ୍ଵରେ ଥିବା ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ସମ୍ମାନ ତଥା ଯତ୍ନ ସହକାରେ ବରିଷ୍ଠ ନାଗରିକ ଙ୍କ ଯିବା ଠାରୁ ଆସିବା ପର୍ଯ୍ୟନ୍ତ ସମସ୍ତ କଥା ବୁଝିବା ରେ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ ।
ବରିଷ୍ଠ ନାଗରିକଙ୍କ ପାଇଁ ଚିକିତ୍ସା, ଖାଦ୍ୟପେୟ ଏବଂ ରହିବାରେ କୌଣସି ଅସୁବିଧା ନ ହେବା ବିଷୟରେ ମଧ୍ୟ ଧ୍ୟାନଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ନିଜ ବାପା, ମାଆ ଙ୍କ କଥା ଯେମିତି ବୁଝାଯାଏ, ଛୋଟ ଶିଶୁ ଙ୍କ କଥା ଯେମିତି ବୁଝାଯାଏ ସେମିତି ହିସାବରେ ବରିଷ୍ଠ ନାଗରିକ ମାନେ ଯିବାଠାରୁ ଫେରିବା ପର୍ଯ୍ୟନ୍ତ ସବୁ ବିଷୟରେ ବୁଝିବା ପାଇଁ ଅତିରିକ୍ତ ଜ଼ିଲ୍ଲାପାଳ ଏବଂ ଉପ ଜ଼ିଲ୍ଲାପାଳ ନିଜ ବକ୍ତବ୍ୟ ରଖିଥିଲେ ।
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ଶ୍ରୀ ପ୍ରବୀଣ କୁମାର ବାନୁଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅକ୍ରୁର କୁମାର ଜାନୀ, ଡେପୁଟି କଲେକ୍ଟର ଦୋଳଗୋବିନ୍ଦ ସାହୁ,ସହକାରୀ ଜ଼ିଲ୍ଲାପାଳ ସୁଦାମ କୁମାର ସ୍ବାଇଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31