Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳପରିମଳ ମିଶନର ମାସିକ ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳପରିମଳ ମିଶନର ମାସିକ ବୈଠକ ଅନୁଷ୍ଠିତ

May 13
20:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୫ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜିଲ୍ଲା ଜଳପରିମଳ ମିଶନର ବିଭାଗୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଗ୍ରାମ୍ୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମତୀ ପଲ୍ଲବୀ ସାମଲ, ଗ୍ରାମ୍ୟ ବିକାଶ ଅଧିକ୍ଷଣ ଯନ୍ତ୍ରୀ ମଧୁସ୍ମିତା ଦଳାଇ, ସମସ୍ତ ବ୍ଲକର ବିଡିଓ, ବିଦ୍ୟୁତ ବିଭାଗ ଯନ୍ତ୍ରି, କାର୍ଯ୍ୟ ନିର୍ବାହୀ ସଂସ୍ଥା ଏଲ ଆଣ୍ଡ ଟି ର ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ସମୀକ୍ଷାରୁ ଜଣାଗଲାଯେ ବୌଦ୍ଧ ବ୍ଲକରେ ଗୋଟିଏ ମେଗା ଜଳ ଯୋଗାଣ ପ୍ରକଳ୍ପରୁ ୩୮୪ ଟି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବ ।
ଏଥିପାଇଁ ୭୨ ଟି ଓଭର ହେଡ ଟାଙ୍କି ରୁ ୨୭୩ ଟି ଗ୍ରାମ କୁ ହର ଘର ଜଲ ଯୋଜନାରେ ସାମିଲ କରାଯିବ । ସେହିପରି କଣ୍ଟାମାଳ ବ୍ଲକରେ ଗୋଟିଏ ମେଗା ଜଳ ଯୋଗାଣ ପ୍ରକଳ୍ପରୁ ୩୯୨ ଟି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବ।
ଏଥିପାଇଁ ୫୯ ଟି ଓଭର ହେଡ ଟାଙ୍କି ରୁ ୧୫୯ ଟି ଗ୍ରାମ କୁ ହର ଘର ଜଲ ଯୋଜନାରେ ସାମିଲ କରାଯିବ । ହରଭଙ୍ଗା ବ୍ଲକରେ ଗୋଟିଏ ମେଗା ଜଳ ଯୋଗାଣ ପ୍ରକଳ୍ପରୁ ୩୩୮ ଟି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ୩୮ ଟି ଓଭର ହେଡ ଟାଙ୍କି ରୁ ବିଭିନ୍ନ ଗ୍ରାମ କୁ ହର ଘର ଜଲ ଯୋଜନାରେ ସାମିଲ କରାଯିବ ।
ସମସ୍ତ ଯୋଜନା ପାଇଁ ୫୨୪.୭୩ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାହୋଇଛି ।ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏତଦବ୍ୟତୀତ ପ୍ରକଳ୍ପ ନିର୍ମାଣ କାର‌୍ୟ୍ୟରେ ଉପୁଜିଥିବା ବିଭିନ୍ନ ବାଧାକୁ ତତ୍ପରତାର ସହିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳ କହିଲେଯେ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଯୋଗ କ୍ଷେତ୍ରରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନାହିଁ । ସମୟ କ୍ରମେ ସମସ୍ତ ବିଦ୍ୟୁତ ସବ ଷ୍ଟେସନ ସହିତ ସୋଲାର ପାୱାର ସଂଯୁକ୍ତ ହେବ ।
ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାନଙ୍କୁ ବିଦ୍ୟୁତ ବିଭାଗ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଇଦେବେ । ବିଡିଓ ମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ଜଳ ଯୋଗଣ ପାଇପରେ ବେଆଇନ ଭାବରେ ଘର ମାନଙ୍କୁ ଲାଗିଥିବା ପାଣି ପମ୍ପ ସବୁ ପୋଲିସ ସହାୟତାରେ ଜବତ କରିବେ ।
ଜିଲ୍ଲାରେ ସମୟ କ୍ରମେ ପ୍ରତି ଗ୍ରାମରେ ହର ଘର ଜଲ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଉପସ୍ଥିତ ଏଲଏଣ୍ଡ ଟି କମ୍ପାନୀର ପ୍ରକଳ୍ପ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ସମସ୍ତ ପ୍ରକଳ୍ପ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାପାଇଁ କଡ଼ା ତାଗିଦ କରିଥିଲେ ।
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ରୁରାଲ ଡେଭଲପମେଂଟ ବିଭାଗ, ସମସ୍ତ ବ୍ଲକର ବିଡିଓ, ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ବିଭାଗ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥା ଏଲ ଆଣ୍ଡ ଟିର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ବୟ ରଖି ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମତୀ ପଲ୍ଲବୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031