Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ ହରଭଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ହିତାଧିକାରୀ ଫାର୍ମ ପରିଦର୍ଶନ,ସମନ୍ୱିତ କୃଷି କୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ ହରଭଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ହିତାଧିକାରୀ ଫାର୍ମ ପରିଦର୍ଶନ,ସମନ୍ୱିତ କୃଷି କୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ

June 22
22:14 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୬ : ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରି ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀ ମାନଙ୍କ ସହ ଆଲୋଚନା ଏବଂ ଜନସାଧାରଣଙ୍କ ସମସ୍ୟାର ସମୀକ୍ଷା କରିଥିଲେ।
ଗସ୍ତ ସମୟରେ ଜିଲ୍ଲାପାଳ ଡମକୋଚ ମାଇନର ଇରିଗେସନ୍ ପ୍ରକଳ୍ପ (MIP) ଓ କେନାଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ପରେ ସେ ଗୋରଡ଼ାମୁଣ୍ଡା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ ଓ ମାତୃ ସେବା ସମ୍ପର୍କିତ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।
ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ବିଦ୍ୟୁତ ଯୋଗାଣରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ପାଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କଣ୍ଟିଶର ଗ୍ରାମରେ ପହଞ୍ଚି ଜିଲ୍ଲାପାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତ୍ୟୋଦୟ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଥିଲେ।
ସେଠାରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଅବଗତ ହୋଇ ଆବଶ୍ୟକ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଦିବାସୀ ଓ ବୟସ୍କ ନାଗରିକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଖାଦ୍ୟ ପେୟ, ଭତ୍ତା, ଅଭାବ ଓ ଆବଶ୍ୟକତା ବୁଝିଥିଲେ। ଯୋଗ୍ୟ ହିତାଧିକାରୀ ମାନଙ୍କୁ ମାଗଣା ଗୁହାଳ ଘର ଯୋଗାଇଦେବା ପାଇଁ କହିଥିଲେ ।
ଜିଲ୍ଲାପାଳ ତଳଗାଁ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଜନଆରୋଗ୍ୟ ମନ୍ଦିର ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ମାନ, ଔଷଧ ଉପଲବ୍ଧତା ଓ ରୋଗୀମାନଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ।
କୃଷି ଓ ସହଯୋଗୀ କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ସାନଭୁର୍ତା ଗ୍ରାମର ଚାଷୀ ସୁରେଶ ଚନ୍ଦ୍ର ଜାନୀଙ୍କ ଛେଳି ଫାର୍ମ ପରିଦର୍ଶନ କରିଥିଲେ। ସରକାରୀ ସହାୟତା ଓ ସୁବିଧା ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରି ଆୟ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ।
ଅଯୋଧ୍ୟା ଗ୍ରାମରେ ବଲ୍ଲଭୀ ଦେହୁରୀଙ୍କ ବ୍ରଏଲର ଫାର୍ମ ପରିଦର୍ଶନ କରି ଉଦ୍ୟୋଗୀ ମହିଳାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।
ସେହିପରି ବାଇସିପଡ଼ାର ସମନ୍ୱିତ ଆମ୍ବ ଓ କଦଳୀ ଉଦ୍ୟାନ କୃଷି ଫାର୍ମ ପରିଦର୍ଶନ କରି ଚାଷୀମାନଙ୍କୁ ଆଧୁନିକ କୃଷି ପଦ୍ଧତି ଆପଣାଇବା ଏବଂ ସରକାରୀ ଯୋଜନାର ସୁଯୋଗ ନେବା ପାଇଁ ଉତ୍ସାହିତ କରିଥିଲେ।
ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି , କୃଷି ଅଧିକାରୀ, ପ୍ରାଣୀ ସମ୍ପଦ ଅଧିକାରୀ, ଜଳସେଚନ ବିଭାଗର ଯନ୍ତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବ୍ଲକ ଯନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ସମନ୍ୱିତ କୃଷି କୁ ଗୁରୁତ୍ୱ ଦେଇ ଚାଷୀ ମାନଙ୍କୁ ସବୁ ପ୍ରକାର ବିଭାଗୀୟ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031