Indus Valley Times

ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ: ୩୪୧୦୨୬ ଜଣ ସମୁଦାୟ ଭୋଟର ଏବଂ ୮୬୨୬ ଜଣ ନୂତନ ଭୋଟର

 Breaking News

ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ: ୩୪୧୦୨୬ ଜଣ ସମୁଦାୟ ଭୋଟର ଏବଂ ୮୬୨୬ ଜଣ ନୂତନ ଭୋଟର

ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ: ୩୪୧୦୨୬ ଜଣ ସମୁଦାୟ ଭୋଟର ଏବଂ ୮୬୨୬ ଜଣ ନୂତନ ଭୋଟର
January 06
18:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଚୁଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ ହୋଇଛି ।
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଓ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଏହି ତାଲିକା ପ୍ରକାଶ କରିଥିଲେ ।
ଚୁଡାନ୍ତ ଭୋଟର ତାଲିକା ଅନୁସାରେ, ଜିଲ୍ଲା ର ମୋଟ ଭୋଟର ସଂଖ୍ୟା ୩ ଲକ୍ଷ ୪୧ ହଜାର ୨୬ ।
ତନ୍ମଧ୍ୟରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ମୋଟ ୧ ଲକ୍ଷ ୭୨ହଜାର ୩୨ ଏବଂ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ମୋଟ ୧ ଲକ୍ଷ ୬୮ ହଜାର ୯୯୪ ।
ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର(ନିର୍ବାଚନ) ତୃପ୍ତିମୟୀ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ସରୋଜ କୁମାର ବେହେରା, ବରିଷ୍ଠ ରାଜସ୍ୱ ସହାୟକ, ଜିତେନ୍ଦ୍ର କୁମାର ମେହେର, କନିଷ୍ଠ ରାଜସ୍ୱ ସହାୟକ, ମିତାଞ୍ଜଳି କହ୍ନର, କନିଷ୍ଠ ରାଜସ୍ୱ ସହାୟକ ଏବଂ ରାଜନୈତିକ ଦଳ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ବିଜେଡି ପକ୍ଷରୁ ଶୀତାଂଶୁ ମହାକୁଡ, କମ୍ଭୁଧର କ୍ଷେତି ଓ କଂଗ୍ରେସ ପକ୍ଷରୁ ସମରେଶ ମିଶ୍ର ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031