Indus Valley Times

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସାକ୍ଷରତା କ୍ଲବ୍ କାର୍ଯ୍ୟକ୍ରମ : ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ଲକ୍ଷ୍ୟ

 Breaking News

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସାକ୍ଷରତା କ୍ଲବ୍ କାର୍ଯ୍ୟକ୍ରମ : ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ଲକ୍ଷ୍ୟ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସାକ୍ଷରତା କ୍ଲବ୍ କାର୍ଯ୍ୟକ୍ରମ : ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ଲକ୍ଷ୍ୟ
August 20
10:10 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୮ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଜି ନିର୍ବାଚନୀ ସାକ୍ଷରତା କ୍ଲବ୍ (Electoral Literacy Club–ELC) ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ସଚେତନତା ସଭା ଆୟୋଜିତ ହୋଇଯାଇଛି।
ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ଦାୟିତ୍ୱବାନ ଓ ସକ୍ରିୟ ଗଣତାନ୍ତ୍ରିକ ନାଗରିକ ଭାବେ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଆଜି ବାଉଁଶୁଣୀସ୍ଥିତ ସଂସ୍କାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଦହ୍ୟାସ୍ଥିତ ଜୀବନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ SVEEP ଅଧୀନରେ ସଚେତନତା ସଭା ଓ ELC କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
୮୫-କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ AERO-cum-BDO ଯୁଗଳ କିଶୋର ବିଶ୍ୱାଳ ଏବଂ AERO-cum-ABDO ସୁଦାମ ସାମଲ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନୀ ସାକ୍ଷରତା ସମ୍ପର୍କରେ ପ୍ରଶିକ୍ଷଣ ଓ ସଚେତନ କରାଇଥିଲେ।
ସଭାରେ ମତଦାତା ଭାବେ ପଞ୍ଜୀକରଣ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ ଦାୟିତ୍ୱ, ନୈତିକ ମତଦାନ, ପ୍ରାର୍ଥୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଜାଣି ସଚେତନ ନିଷ୍ପତ୍ତି ନେବା ଏବଂ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା, ପ୍ରଶ୍ନୋତ୍ତରୀ, ମତଦାତା ଶପଥ, ପୋଷ୍ଟର ପ୍ରସ୍ତୁତି ଆଦି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକଳାପ କରାଯାଇଥିଲା। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗୋଟିଏ ଭୋଟର ମୂଲ୍ୟ ଓ ଗଣତନ୍ତ୍ରରେ ମତଦାତାଙ୍କ ଭୂମିକା ବିଷୟରେ ଅବଗତ ହୋଇଥିଲେ।
ଛାତ୍ରଛାତ୍ରୀମାନଙ୍କୁ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜ ମଧ୍ୟରେ ନିର୍ବାଚନୀ ସାକ୍ଷରତାର ବାର୍ତ୍ତା ପହଞ୍ଚାଇବା ପାଇଁ ‘ଗଣତନ୍ତ୍ରର ଦୂତ’ ଭାବେ କାର୍ଯ୍ୟ କରିବାକୁ ପ୍ରେରିତ କରାଯାଇଥିଲା।
ଜିଲ୍ଲା ନିର୍ବାଚନ ବିଭାଗ ପ୍ରଶାସନ, ଶିକ୍ଷାନୁଷ୍ଠାନ ଏବଂ ନିର୍ବାଚନୀ ସାକ୍ଷରତା କ୍ଲବ୍‌ଗୁଡ଼ିକର ସହଯୋଗ ଓ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ସହ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ସାର୍ଥକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।“ମୋ ଭୋଟ୍, ମୋ ଅଧିକାର — ପ୍ରତ୍ୟେକ ଭୋଟ୍ ମହତ୍ତ୍ୱପୂର୍ଣ୍ଣ।” ଏହି ବାର୍ତ୍ତା ପ୍ରତି ଘରେ ପହଞ୍ଚିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031