Indus Valley Times

ବୌଦ୍ଧ ଜିଲ୍ଲାରେ ତ୍ରୁଟିଶୂଟି ଏବଂ ସୁସ୍ଥ ଭୋଟର ତାଲିକା ପାଇଁ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ପାଇଁ ପାଞ୍ଚ ଦିନିଆ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ

 Breaking News

ବୌଦ୍ଧ ଜିଲ୍ଲାରେ ତ୍ରୁଟିଶୂଟି ଏବଂ ସୁସ୍ଥ ଭୋଟର ତାଲିକା ପାଇଁ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ପାଇଁ ପାଞ୍ଚ ଦିନିଆ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ

July 13
12:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୭ : ବୌଦ୍ଧ ଜିଲ୍ଲାରେ ବୁଥ ରୀୟ ଅଧିକାରୀ ଓ ସୁପରଭାଇଜରମାନ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିସ୍ତାରିତ ଭାବରେ ଚାଲିଛି । ଯାହା ତା ୦୮.୦୭.୨୦୨୫ ରୁ ୧୧.୦୭.୨୦୨୫ ଏବଂ ୧୪.୦୭.୨୦୨୫ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଭା.ପ୍ର.ସେ ସିଧା ସଳଖ ନିର୍ଦ୍ଦେଶ ଓ ଅଭିପ୍ରେରଣାରେ ଚାଲିଛି।ଛିଏହା ଦୁଇଟି ପ୍ରମୁଖ ସ୍ଥାନରେ ଅନୁଷ୍ଠିତ ହେଉଛି—୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ରୀୟ ଅଧିକାରୀ ଓ ସୁପରଭାଇଜର ମାନ ପାଇଁ ଜିଲ୍ଲାପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଓ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନ ପାଇଁ ବୌଦ୍ଧ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ—ଯେଉଁଠି ଆଧୁନିକ ଡିଜିଟାଲ ଉପକରଣ, ଇ-ଲର୍ଣିଂ ଟୁ ଇତ୍ୟାଦି ମାଧ୍ୟମରେ ପ୍ରଶିକ୍ଷଣ ଦିଆ ଯାଉଛି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ୮୫-କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୮୬-ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଯଥା ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ଅନିରୁଦ୍ଧ ପ୍ରଧାନ ଓ ଉପଜିଲ୍ଲାପାଳ, ବୌଦ୍ଧ ଶ୍ରୀ ପ୍ରବୀଣ କୁମାର ବଣୁଆଁ ତତ୍ତ୍ଵାବଧାନରେ ପରିଚାଳିତଳି ହେଉଛି । ତ୍ରୁଟିଶୂନ୍ୟ, ବିଶ୍ୱସନୀୟ ଓ ସଂଶୋତ ଭୋଟର ତାଲିକା ସ୍ତୁତି କ୍ଷେତ୍ରରେ ବୁଥ୍ ସ୍ତ୍‌ରୀୟ ଅଧିକାରୀ ଓ ସୁପରଭାଇଜରମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
ବୁଥ୍‌ରେ ସେମାନେ ଯେପରି ଦକ୍ଷତାର ସହ ନିର୍ଭୁଲ ଭାବେ ନିଜ ଦାୟିତ୍ୱ ନିର୍ବାହ କରିପାରିବେ ସେଥି ପାଇଁ ଗତ ୮ ତାରିଖରୁ ଆରମ୍ଭ ହୋଇଛି ଏବଂ ଆସନ୍ତା ୧୪ ଜୁଲାଇ ୨୦୨୫ ରେ ସମାପ୍ତ ହେବ ।
ଏରେ ୮୫-କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ୧୭ ଜଣ ସୁପରଭାଇଜ ପ୍ରଶିକ୍ଷଣ ନେବାକୁ ବ୍ୟବସ୍ଥା କରାଯାଇଛି ।
ସେହିଭଳି ୮୬-ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯୬ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ୨୫ ଜଣ ସୁପରଭାଇଜ ଶିଣଶି ନେବାକୁ ବ୍ୟବସ୍ଥା କରାଯାଇଛି । ଏହି ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶରତ କୁମାର ସେଠୀ, ତହସିଲଦାର ଶ୍ରୀ ବଳଦେବ ବେହେରା, ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳ, ବୌଦ୍ଧ ଅତିରିକ୍ତ ତହସିଲଦାର ଶ୍ରୀ କୁମୁଦ ଚନ୍ଦ୍ର ଦଳବେହେରା,ମହମ୍ମଦ ରଜାଏ ରସୁଲ , ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁଷ୍ଠିରଷ୍ଠି ମେହେର, ବୌଦ୍ଧଗଡ ବିଜ୍ଞା ପିତ ଅଳ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ, କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାମିରେଡ୍ଡୀ ଜୟଶ୍ରୀ, ତହସିଲସି ଦାର ଶ୍ଵେତପଦ୍ମା ଯୋଶୀ, ଅତିରିକ୍ତ ତହସିଲସି ଦାର ଧନୟ ସାହୁ, ଡେପୁଟି କଲେକ୍ଟର ଶୁଭେନ୍ଦୁ ଜେନା, ସହକାରୀ ଜିଲ୍ଲାପାଳ ଶରତ ମିଶ୍ର ଓ ସୁଦାମ ଚରଣ ସ୍ଵାଇଁ ଯୋଗଦେଇଥିଲେ ।
ସେହିପରି ସହାୟକ ପ୍ରଶିକ୍ଷଣ ଭାବରେ ୮୫-କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ସୁରେନ୍ଦ୍ର ବାସ୍କେ ଓ ଶ୍ରୀ ଚକ୍ରଧର ମେହେର ଯୋଗଦେଇଥିଲେ ଓ ୮୬-ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ସହାୟକ ପ୍ରଶିକ୍ଷଣ ଭାବରେ ଶ୍ରୀ ସମୀର କୁମାର ନାୟକ ଓ ଶ୍ରୀ ପଦ୍ମନାଭ ଧାନ ନିୟୋଜିତ ହୋଇଥିଲେ ।
ଏହି ପ୍ରଶିକ୍ଷଣ ଶିବିରକୁ ଯାଞ୍ଚ କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଚାର୍ଲ୍ସ ନାୟକ ଉଭୟ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ଯେପରି ଭାବରେ ସଠିକ ଭାବରେ ଏବଂ ସୂଚାରୁ ରୂପେ ଆୟୋଜିତ ହେବ ଯାଞ୍ଚ କରିଥିଲେ । ପ୍ରଶିକ୍ଷଣ ପରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କ ଦକ୍ଷତା ପରୀକ୍ଷଣ କରାଯାଇଲା ଏବଂ ପରିଶେଷରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ନିର୍ବା ଚନ କାର୍ଯ୍ୟାଳୟର, ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା ପ୍ରଶିିକ୍ଷଣ ଶିବିର କାର୍ଯକ୍ରମକୁ ପରିଚାଳନା କରିଥିଲେ ଏବଂ ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ବ ସହାୟକ ଶ୍ରୀ ଜିତେଜି କୁମାର ମେହେର, ମିତାଞ୍ଜଳି କହଁର,ପ୍ରଦୀପ୍ତ କୁମାର ନାୟକ ଓ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930