Indus Valley Times

ବୌଦ୍ଧ ଜିଲ୍ଲାରେ ପୋଷଣ ଅଭିଯାନର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାରେ ପୋଷଣ ଅଭିଯାନର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାରେ ପୋଷଣ ଅଭିଯାନର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
May 30
22:11 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୫ : ବୌଦ୍ଧ ଜିଲ୍ଲାରେ ପୋଷଣ ଅଭିଯାନର ଅଗ୍ରଗତି, ସୁଭଦ୍ରା ଯୋଜନା, ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ, ପ୍ରୋଗ୍ରାମ ଅଫିସର ରୀନା ମହାନ୍ତି, ସମସ୍ତ ସିଡିପିଓ , ସମସ୍ତ ଅଙ୍ଗନୱାଡ଼ି ସୂପରଭାଇଯର ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ଆଧାର ଯାଞ୍ଚ, ଇଣ୍ଡେଣ୍ଟ ଅନୁଯାୟୀ ଟିଏଚଆର (THR) ଏଣ୍ଟ୍ରି, ୦ରୁ ୬ ବର୍ଷ ଶିଶୁଙ୍କ ମାପନ ଦକ୍ଷତା, ଅତି କୁପୋଷିତ (SAM) ଓ ଖର୍ବକାୟ (Stunted) ଶିଶୁଙ୍କ ସ୍ଥିତି, ଘର ପରିଦର୍ଶନ, ଆଭା ଆଇଡି (ABHA ID), ଅପାର ଆଇଡି (APAAR ID), ଫେସିଆଲ ରେକଗ୍ନିସନ ସିଷ୍ଟମ (FRS), ସିବିଇ ଓ ଭିଏଚଏସଏନଡି (CBE & VHSND) ଏବଂ ପଡ଼ା ପୁଷ୍ଟି କାର୍ଯ୍ୟକ୍ରମ (PPK) ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ପୋଷଣ ଟ୍ରାକରର ୨୮ ମେ ୨୦୨୬ ସୁଦ୍ଧା ତଥ୍ୟ ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ମୋଟ ୪୨,୦୭୨ ଜଣ ହିତାଧିକାରୀଙ୍କ ମଧ୍ୟରୁ ଶତପ୍ରତିଶତ ଆଧାର ଯାଞ୍ଚ ସଫଳତାର ସହିତ ସମ୍ପନ୍ନ ହୋଇଛି।
ମେ-୨୦୨୬ ମାସ ପାଇଁ ଇଣ୍ଡେଣ୍ଟ ଅନୁଯାୟୀ ଟିଏଚଆର ଏଣ୍ଟ୍ରିର ସମୀକ୍ଷାରେ ଗର୍ଭବତୀ ଓ ସ୍ତନ୍ୟପାନକାରୀ ମା’ (PW & LM) ବର୍ଗରେ ୫,୮୪୩ ଜଣଙ୍କ ମଧ୍ୟରୁ ୯୯.୫୭ ପ୍ରତିଶତ ଏଣ୍ଟ୍ରି ସମ୍ପନ୍ନ ହୋଇଥିବା ବେଳେ, ୬ ମାସରୁ ୩ ବର୍ଷ ବୟସ ବର୍ଗର ୧୪,୪୧୩ ଜଣ ଶିଶୁଙ୍କ ମଧ୍ୟରୁ ୧୩,୯୭୧ ଜଣଙ୍କ ଏଣ୍ଟ୍ରି ସମ୍ପନ୍ନ ହୋଇ ୯୬.୯୩ ପ୍ରତିଶତ ଅଗ୍ରଗତି ହାସଲ ହୋଇଥିବା ଜଣାପଡ଼ିଛି। ପୋଷଣ ଟ୍ରାକର ଅନୁଯାୟୀ ଏପ୍ରିଲ-୨୦୨୬ ମାସରେ ଜିଲ୍ଲାରେ ମୋଟ ୩୫,୯୪୦ ଜଣ ସକ୍ରିୟ ଶିଶୁ ଥିବା ବେଳେ ୩୫,୯୧୬ ଜଣଙ୍କର ଉଚ୍ଚତା ଓ ଓଜନ ମାପ କରାଯାଇଛି, ଯାହା ମାପନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତାକୁ ସୂଚାଉଛି। ଏପ୍ରିଲ-୨୦୨୬ ମାସର ପୋଷଣ ଟ୍ରାକର ତଥ୍ୟ ଅନୁଯାୟୀ ଜିଲ୍ଲାରେ ୪୨୪ ଜଣ ଅତି କମ ଓଜନ (Severely Underweight) ଶିଶୁ ଏବଂ ୧,୪୭୩ ଜଣ ଖର୍ବକାୟ (Severely Stunted) ଶିଶୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ନିୟମିତ ନିରୀକ୍ଷଣ ଓ ପୁଷ୍ଟି ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଆଭା ଆଇଡି (ABHA ID) ଯାଞ୍ଚ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି।
୪୨,୦୭୨ ଜଣ ହିତାଧିକାରୀଙ୍କ ମଧ୍ୟରୁ ୩୯,୭୬୮ ଜଣଙ୍କ ଆଭା ଆଇଡି ସମ୍ପନ୍ନ ହୋଇ ୯୪.୫୨ ପ୍ରତିଶତ ଅଗ୍ରଗତି ହାସଲ ହୋଇଛି। ସିବିଇ (Community Based Events) ଓ ଭିଏଚଏସଏନଡି (Village Health Sanitation & Nutrition Day) କାର୍ଯ୍ୟକ୍ରମର ସମୀକ୍ଷାରେ ଏପ୍ରିଲ-୨୦୨୬ ମାସରେ ଜିଲ୍ଲାର ୭୨୭ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ମୋଟ ୧,୪୫୪ଟି ସିବିଇ ଏବଂ ୭୨୭ଟି ଭିଏଚଏସଏନଡି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିବା ଜଣାପଡ଼ିଥିଲା ।
ଜିଲ୍ଲାପାଳ ପୋଷଣ ଅଭିଯାନକୁ ଅଧିକ ସଫଳ କରିବା ପାଇଁ ଶିଶୁ ଓ ମାତୃ ପୁଷ୍ଟି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମରେ ଗୁଣାତ୍ମକ ସେବା ପ୍ରଦାନ, ନିୟମିତ ଘର ପରିଦର୍ଶନ ଏବଂ ତଥ୍ୟ ଅଦ୍ୟତନ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସମ୍ପୃକ୍ତ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930