Indus Valley Times

ବୌଦ୍ଧ ଜିଲ୍ଲାରେ ବିକାଶ ମେଳା-୨୦୨୪ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାରେ ବିକାଶ ମେଳା-୨୦୨୪ ଅନୁଷ୍ଠିତ

September 22
10:13 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୯: ଜିଲ୍ଲା ସ୍ତରୀୟ ବିକାଶ ମେଳା-୨୦୨୪ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଚେରୀ ପଡିଆ, ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ମେଳା ତିନି ଦିନ ଧରି ବୌଦ୍ଧ ଜିଲ୍ଲାରେ ସେପ୍ଟେମ୍ବର ୨୧ ରୁ ୨୩ ରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକାଶ ମେଳା କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।
ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ୨୮ଗୋଟି ଷ୍ଟଲକୁ ଯାଇ ପରିଦର୍ଶନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ଏହା ପରେ ସାଧାରଣ ସଭା ଆରମ୍ଭରେ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ସମସ୍ତ ବରେଣ୍ୟ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକଣ ପ୍ରଦାନ କରି ସ୍ଵାଗତ କରିଥିଲେ ।
ଶ୍ରୀଯୁକ୍ତ ହାଡିବନ୍ଧୁ ମାହାକୁଡ, ସହ ନିବନ୍ଧକ ସଭା ସଂଯୋଜନା କରିଥିଲେ ।
ପରେ ପରେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।
ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ମାନ୍ୟବର ସରକାରୀ ମୁଖ୍ୟ ସଚେତକ, ଓଡିଶା ବିଧାନ ସଭା ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ପିଏମ କିଶାନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ ଆଦି କ୍ଷେତ୍ରରେ ନିଜ ଜିଲ୍ଲା କିଭଳି ଅଗ୍ରଣୀ ଭୂମିକା ଗ୍ରହଣ କରିବ ସେନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
ରାଜ୍ୟ ସରକାରଙ୍କ ଜନହିତକର ଯୋଜନା-ସୁଭଦ୍ରା ଯୋଜନା ଯେମିତି ଲୋକମାନଙ୍କ ପାଖକୁ ପହଞ୍ଚିବ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ସାଂସଦ କନ୍ଧମାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ସେ କହିଥିଲେ ଯେ, ବିଭିନ୍ନ ଯୋଜନା ମା ମାନଙ୍କ ପାଇଁ, ଗରିବ କଲ୍ୟାଣକାରୀ ଯୋଜନା, ଚାଷୀଙ୍କ ପାଇଁ ପିଏମ କିଶାନ ଯୋଜନା ଆଦି ବିଭିନ୍ନ ଯୋଜନାର ମୁଖ୍ୟ ସ୍ରୋତରେ ସାମିଲହେବେ, ସୁଭଦ୍ରା ଯୋଜନା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ହୋଇଥିବା ବିକାଶ, ବିକାଶର ପରିଭାଷା, ବିକାଶ ଧାରାକୁ ଆଗକୁ ନେବାରେ ଆହ୍ଵାନ ଦେଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ, ମାନ୍ୟବର ବିଧାୟକ, କଣ୍ଟାମାଳ ଏହି ଉତ୍ସବରେ ଗୋଗଦେଇ ନିଜନିଜ ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ଜନହିତକର ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା ।
ସଭା ପରିଶେଷରେ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ବୌଦ୍ଧ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟା ସମୟରେ ନଟରାଜ ସାଂସ୍କୃତିକ ପରିଷଦ, ଭବାନୀପାଟଣା, ଶଙ୍କର ବେହେରା ଓ ସାଥି ଲୋଇସିଙ୍ଗା ଏବଂ ପ୍ରଣାମ ଅନୁଷ୍ଠାନ, ବୌଦ୍ଧ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ମାନ୍ୟବର ରାଷ୍ଟ୍ରମନ୍ତ୍ରୀ କୌଣସି ବି ଯୋଗ୍ୟହିତାଧିକାରୀ କୌଣସି ଯୋଜନାରୁ ବାଦ ପଡିବେ ନାହିଁ ସେଦିଗରେ ଜିଲ୍ଲାପ୍ରଶାସନକୁ ଅବଗତ କରିଥିଲେ ।
ସେ ମଧ୍ୟ କହିଥିଲେ ଯେ, ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ସମସ୍ତଙ୍କୁ ଆହ୍ଵାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930