Indus Valley Times

ବୌଦ୍ଧ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

January 09
21:07 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧: ଅଦ୍ୟ ତା. ୯.୦୧.୨୦୨୪ ରିଖ (ମଙ୍ଗଳବାର) ଅପରାହ୍ନ ଘ.୪.୩୦ମି. ସମୟରେ ୭୫ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ, ୨୦୨୪ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଟିତ ହୋଇଯାଇଛି ।
ଚଳିତବର୍ଷ ଜିଲ୍ଲା ଷ୍ଟାଡିୟମଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଦିବସ ଉପଲକ୍ଷେ ପ୍ରାତଃ ଘ.୪.୩୦ମି.ରେ ରାମଧୂନ, ୬ଘଟିକାରେ ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରଭାତଫେରୀ, ଘ.୭.୪୫ମି. ସମୟରେ ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ପୂର୍ବାହ୍ନ ୮.୩୦ ରେ ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ୟାରେଡ ପଡିଆଠାରେ ଜାତୀୟ ପତାକା ଉତ୍ତୋଳନ,ପୋଲିସବାହିନୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ମିଳିତ ପ୍ୟାରେଡ,ସାଂସ୍କୃତିକ କାର୍ଯ୍ୟକ୍ରମ ,ସରକାରଙ୍କ ବିଭିନ୍ନ ବିଭାଗୀୟ ଉନ୍ନୟନ କାର୍ଯ୍ୟକ୍ରମର ସଚେତନତା ବାର୍ତାବାହକ ପ୍ରଜ୍ଞାପନ ମେଢ ପଡିଆରେ ପ୍ରଦର୍ଶିତ ହେବ ।
କାର୍ଯ୍ୟକ୍ରମ ପରେ ପରେ ସମସ୍ତ ରଥ ଏକା ସାଙ୍ଗରେ ବୌଦ୍ଧ ସହର ପରିକ୍ରମା କରିବ । ଏହି ଦିବସ ଉପଲକ୍ଷେ ମୁଖ୍ୟଅତିଥିଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୁଷ୍ଠାଶ୍ରମ, ଉପକାରାଗାରର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ ।
ଏହି ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ, କବିତାପାଠୋତ୍ସବ, କୌତୁକ ବେଶପୋଷାକ ପ୍ରତିଯୋଗିତର ଆୟୋଜନ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଲଷ୍ଟର ସ୍ତରରେ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗ ନେବେ ଏବଂ କୃତୀ ପ୍ରତିଯୋଗୀଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ପୁରସ୍କୃତ କରାଯିବ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ୟାରେଡ ପୂର୍ବାଭ୍ୟାସ ଜାନୁୟାରୀ ୨୨, ୨୩ ଓ ୨୪ରେ ଅନୁଷ୍ଠିତ ହେବ । ପଡିଆରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରୀ ନୃତ୍ୟ ପରିବେଷଣ କରିବେ । ଏହାର ଦାୟିତ୍ଵ ଗୋପାଳ ବେହେରାଙ୍କ ଉପରେ ନ୍ୟସ୍ତ କରାଗଲା ।
ବୈଠକରେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ବୈଠକର କାର୍ଯ୍ୟସୂଚୀ ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ଵାବଧାନରେ ସମ୍ପାଦିତ ହେବ ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ତାରେଣୀ ମହାପାତ୍ର, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରବିନାରାୟଣ ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଅତିରିକ୍ତ ଏସପି ଏମ ମିଞ୍ଜ, ଏସଡିପିଓ କୈଳାସ ଚନ୍ଦ୍ର ସେଠୀ, ଆର.ଇ କୁଳମଣି ଗିରି, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ନଗେସ ଜେନା, ଡେପୁଟି ଏସପି କପିଳେଶ୍ଵର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଜୟକୃଷ୍ଣ ମିଶ୍ର, ନିର୍ବାହୀ ଅଧିକାରୀ ବୌଦ୍ଧ ଏନଏସି ଅଶୋକ କୁମାର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ,ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗଣମାଧ୍ୟମ ପ୍ରତିନିଧି, ସ୍ଵେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031