Indus Valley Times

ବୌଦ୍ଧ ଠାରେ ସଂସଦୀୟ ଜିଲ୍ଲା କ୍ରୀଡ଼ା ଶିକ୍ଷକ କର୍ମଶାଳା ଅନୁଷ୍ଠିତ

 Breaking News

ବୌଦ୍ଧ ଠାରେ ସଂସଦୀୟ ଜିଲ୍ଲା କ୍ରୀଡ଼ା ଶିକ୍ଷକ କର୍ମଶାଳା ଅନୁଷ୍ଠିତ

ବୌଦ୍ଧ ଠାରେ ସଂସଦୀୟ ଜିଲ୍ଲା କ୍ରୀଡ଼ା ଶିକ୍ଷକ କର୍ମଶାଳା ଅନୁଷ୍ଠିତ
September 09
20:18 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ୯/୯: ଆଜି ଦିବା ୧୧ ଘଟିକା ସମୟରେ ଜ଼ିଲ୍ଲା ଷ୍ଟାଡିୟମ ପରିସରରେ ସାଂସଦ ଖେଳ ମହୋତ୍ସବ ର ସଫଳ ରୁପ୍ୟାନ ଓ ପଞ୍ଜିକରଣ ନିମନ୍ତେ ଜ଼ିଲ୍ଲା ର କ୍ରୀଡା ଶିକ୍ଷକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ଲୋକସଭା ନିର୍ବାଚନ ମଣ୍ଡଳୀ ର ଖେଳାଳି ମାନଙ୍କ ର କିଭଳି ଭାବେ ସଠିକ ଏବଂ ଅଧିକ ସଂଖ୍ୟା ରେ କିପରି ପଞ୍ଜିକରଣ ହୋଇପାରିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଏଥିସହ ଅନଲାଇନ ପଞ୍ଜିକରଣ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯିବା ସହ ବହୁଳ ପରିମାଣ ରେ ପଞ୍ଜିକରଣ ପାଇଁ ମଧ୍ୟ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।
ଖେଳାଳି ମାନେ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପଞ୍ଜିକରଣ କରିପାରିବେ କ୍ଷ ଇଛୁକ ଖେଳାଳି ମାନେ ଫୁଟବଲ, କ୍ରିକେଟ,ଭଲିବଲ, ବ୍ୟାଡ଼ମିଣ୍ଟନ, ଚେସ, ପୁଚି, କବାଡି, ଖୋଖୋ ଖେଳିବା ପାଇଁ ନାମ ଉଭୟ ପୁରୁଷ ଓ ମହିଳା ପଞ୍ଜିକରଣ କରିବା ଅନିର୍ବାଜ୍ୟ ଅଟେ ।
ଇଛୁକ ଖେଳାଳି ସାଂସଦ ଖେଳ ମହୋତ୍ସବ ପୋର୍ଟାଲ ରେ ଅନ ଲାଇନ ଜରିଆରେ ନିଜ ର ନାମ କିମ୍ୱା ନିଜ ଦଳର ନାମ ପଞ୍ଜିକରଣ କରିପାରିବେ କ୍ଷକ୍ରୀଡା ପ୍ରତିଯୋଗିତା ଗୁଡିକ ପଂଚାୟତ, ବ୍ଲକ, ବିଧାନସଭା ଓ ଲୋକସଭା ସ୍ତର ରେ ସେପ୍ଟେମ୍ବର ୨୧ ଠାରୁ ଡିସେମ୍ବର ୨୫ ତାରିଖ (ପ୍ରାୟ ୩ ମାସ ) ପର୍ଯ୍ୟନ୍ତ ଆୟୋଜନ କରାଯିବ ।
ଏହି କର୍ମଶାଳା ରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ବୌଦ୍ଧ ଜ଼ିଲ୍ଲା କ୍ରୀଡା ସଂଘ କୋଷାଧ୍ୟ୍ୟକ୍ଷ ସୁଶୀଲ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କର୍ମଶାଳା ରେ ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ସାସାଦ କ୍ରୀଡା ମହୋତ୍ସବ ର ଲକ୍ଷ, ଉଦ୍ଦେଶ୍ୟ ବିଷୟରେ ରେ ଆଲୋକପାତ କରିବା ସହ ଏହି କ୍ରୀଡା ମହୋତ୍ସବ କୁ ସଫଳ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ବୌଦ୍ଧ ବ୍ୟାଡ଼ମିଣ୍ଟନ ର ସମ୍ପାଦକ ସୁନ୍ଦର ପ୍ରକାଶ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଲମ୍ବୋଦର ପୁରୋହିତ, ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ମାଇ ଭାରତ ସଂଯୋଜକ ଆସମାନ ମହାକୁଡ଼ ୧୫ ଟି ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହି ନିଜ ମତାମତ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930