Indus Valley Times

ବୌଦ୍ଧ ପକ୍ଷରୁ ଗାନ୍ଧରାଢ଼ୀ ନିକଟସ୍ଥ ଜଗତି ହନୁମାନ ମନ୍ଦିର ଠାରେ ଜାତୀୟ ପ୍ରେସ ଦିବସ ଓ ଜିଲ୍ଲା ସାମ୍ବାଦିକ ୟୁନିୟନର କର୍ମକର୍ତ୍ତା ଚୟନ ଅନୁଷ୍ଠିତ

 Breaking News

ବୌଦ୍ଧ ପକ୍ଷରୁ ଗାନ୍ଧରାଢ଼ୀ ନିକଟସ୍ଥ ଜଗତି ହନୁମାନ ମନ୍ଦିର ଠାରେ ଜାତୀୟ ପ୍ରେସ ଦିବସ ଓ ଜିଲ୍ଲା ସାମ୍ବାଦିକ ୟୁନିୟନର କର୍ମକର୍ତ୍ତା ଚୟନ ଅନୁଷ୍ଠିତ

November 16
22:23 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୧ : ଜାତୀୟ ପ୍ରେସ ଦିବସ ଓ ଜିଲ୍ଲା ସାମ୍ବାଦିକ ୟୁନିୟନ(ଓୟୁଜେ), ବୌଦ୍ଧର କର୍ମକର୍ତ୍ତା ଚୟନ ଜିଲ୍ଲା ସାମ୍ବାଦିକ
ୟୁନିୟନ(ଓୟୁଜେ), ବୌଦ୍ଧ ପକ୍ଷରୁ ଗାନ୍ଧରାଢ଼ୀ ନିକଟସ୍ଥ ଜଗତି ହନୁମାନ ମନ୍ଦିର ଠାରେ ଜାତୀୟ ପ୍ରେସ ଦିବସ ଓ ଜିଲ୍ଲା ସାମ୍ବାଦିକ ୟୁନିୟନର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଋତୁରାଜ ସିଂହଙ୍କ ଓ ବରିଷ୍ଠ ସାମ୍ବାଦିକ କରୁଣାକର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ଏଥିରେ ସଭାପତି ଭାବେ ସଭାପତି -କମ୍ଭୁଧର କ୍ଷେତି, ସାଧାରଣ ସମ୍ପାଦକ -ମନରଞ୍ଜନ ନାଏକ, କୋଷାଧକ୍ଷ -ନବକିଶୋର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ -ସେଷଦେବ ଦାସ ମୋନାନୀତ କରାଯାଇଥିଲା ।
ଏହା ପରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । ପ୍ରଥମେ ହନୁମାନ ମହାପ୍ରଭୁଙ୍କ ଠାରେ ପୂଜାର୍ଚନା ପରେ କାର୍ଯ୍ୟକାରୀ କମିଟି ଚୟନ କରାଯାଇଥିଲା । ଏଥିରେ ନୂତନ ସଦସ୍ୟ ଭାବେ ବ୍ରହ୍ମବାସି ବେଉରା, କାଲିରଞ୍ଜନ ଜାଣି, ଅଂଶୁକୁମାର ସାହୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ।
ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର କେଉଁଝର ଜିଲ୍ଲା ଧରଣୀଧର କ୍ରୀଡା ଛାତ୍ରବାସରେ ଚନ୍ଦ୍ରଶେଖର ଶେଖର ହାଇସ୍କୁଲ ବୁଦାପଳସା ନବମ ଶ୍ରେଣୀ ଛାତ୍ର ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ୪୦୦୍ଠ୧୦୦ ମିଟର ରିଲେ ରେ ସୁବର୍ଣ୍ଣକେଶରୀ ନାଏକ ସୁର୍ଣ୍ଣ ପଦକ ଜିତି ଥିବାରୁ ଜିଲ୍ଲା ସାମ୍ବାଦିକ ୟୁନିୟନ ବୌଦ୍ଧ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାମ୍ବାଦିକ ନବ କିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930