Indus Valley Times

ବୌଦ୍ଧ ବିଜେଡିର ନିର୍ବାଚନମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ

 Breaking News

ବୌଦ୍ଧ ବିଜେଡିର ନିର୍ବାଚନମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ

ବୌଦ୍ଧ ବିଜେଡିର ନିର୍ବାଚନମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ
March 30
20:34 2025

.କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୩ : ବିଜୁ ଜନତା ଦଳ ବୌଦ୍ଧ ବିଧାନସଭାର ଏକ ସାଙ୍ଗଠନିକ ବୈଠକ ଆଜି ବାମଣ୍ଡାସ୍ଥ ମେଗା ନର୍ସରୀ ଠାରେ ବୌଦ୍ଧ ବାର ଆସୋସିଏସନ ସଭାପତି ଶ୍ରୀଯୁକ୍ତ ଧିରେନ କୁମାର ଦେହୁରୀଙ୍କ ସଭାପତିତ୍ୱରେ ଏବଂ ଦଳର ବରିଷ୍ଠ ନେତା ପୂର୍ବତନମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ବିସିସିବି ସଭାପତି ଅରୁଣ କୁମାର ପ୍ରଧାନ ଆଡଭୋକେଟ ଅଶୋକ ସାହୁ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବସନ୍ତ ସ୍ୱାଇଁ ପ୍ରଭାତ ପ୍ରଧାନ ଅବକାଶ ସାହୁ ପ୍ରତିଭା ସାହୁ ପ୍ରଦୀପ୍ତ ସାହୁ ଫଗୁ ରଣବିଡା ଯୋଗେଶ୍ୱର ମହାକୁଡ଼ ମାନସ ପୁରୋହିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସମ୍ପ୍ରତି ରାଜ୍ୟରେ ଅପାରଗ ଶାସନ ବ୍ୟବସ୍ଥା ଯୋଗୁଁ ବୌଦ୍ଧର ଶାନ୍ତି ପ୍ରଗତି ବ୍ୟାହତ ହେବାସହ ରାମଙ୍କୁ ନେଇ ରାଜନୀତିର ରୁଟି ସେକୁଥିବା ବିଜେପି ଦଳର ନେତୃତ୍ୱବୌଦ୍ଧରେ ରାମଲୀଳା କୁ ନେଇ ଚଲାଇଥିବା ହୀନ ଚକ୍ରାନ୍ତକୁ ନିନ୍ଦା କରିଥିଲେ ।
ପୂର୍ବସରକାର ଅମଳରେ ତିନିଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଗୃହ ନିର୍ମାଣ ସରିରଙ୍ଗ କାମ ମଧ୍ୟ ସରିଥିବା ବେଳେ ଏ ସରକାର ଆସିଲା ପରେ ରଙ୍ଗ ବଦଳେଇ ନୀରବରେ ବସି ରହିବାକୁ ନିନ୍ଦା କରିଥିଲେ ।
ଛାତ୍ର ଛାତ୍ରୀଙ୍କ ସହାୟତା ଏସଏଚଜି ମହିଳାଙ୍କୁ ଦରମା ନଦେଇ ଭଣ୍ଡେଇବା ତିନି ଶହ ୟୁନିଟ ର ବିଜୁଳି ମାଗଣା ଯୋଗାଣ ତିନି ହଜାର ଭତ୍ତା ପ୍ରଦାନ ପ୍ରଭୃତି ଦେଇଥିବା ପ୍ରତିଶୃତି ରକ୍ଷା କରିବାରେ ବିଫଳ ମୋମ ସରକାର ବିରୁଦ୍ଧରେ ଜନ ସାଧାରଣଙ୍କ ପାଖକୁ ଯାଇ ଦୃଢ଼ ଆନ୍ଦୋଳନ ଗଢିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁବୋଧ ପ୍ରଧାନ ସନ୍ତୋଷ ଦାସ ରବି ପ୍ରଧାନ କୃଷ୍ଣ ସେଠି ଅଶ୍ୱିନୀ ପ୍ରଧାନ ଜ୍ୟୋତିରଞ୍ଜନ ସାହୁ ସଞ୍ଜୟ ଦେହୁରୀ ଅମ୍ରିତ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଦୁଇଶହ ରୁ ଉର୍ଦ୍ଧ କର୍ମୀ ଆଜିର ବୈଠକରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31