Indus Valley Times

ବୌଦ୍ଧ : ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଆୟୋଜିତ

 Breaking News

ବୌଦ୍ଧ : ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଆୟୋଜିତ

November 24
21:17 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୪/୧୧: ବୌଦ୍ଧ ଜିଲ୍ଲାର , ବୌଦ୍ଧ ବ୍ଳକ୍ ର ହାଇ ସ୍କୁଲ୍ ପଡିଆ, ବଉଁସୁଣୀ ପରିସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ତରଫରୁ ୨୪ ନଭେମ୍ବର ୨୦୨୫ ତାରିଖ ଦିନ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଆୟୋଜିତ ହୋଇଥିଲା।
ଏହି ମେଳାରେ ୨୩ ଗୋଟି ଗ୍ରାମ ପଞ୍ଚାୟତରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରୁ ସମୁଦାୟ ୪୬୦ ଜଣରୁ ଉର୍ଦ୍ଧ ଚାଷୀ ଭାଗ ନେଇଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କହେଁଇ ଚରଣ ଡାଙ୍ଗ, ମାନ୍ୟବର ବିଧାୟକ, କଣ୍ଟାମାଳ ପ୍ରଦୀପ ପ୍ରଜ୍ଵଳନ କରି ମେଳାକୁ ଉଦଘାଟନ କରିଥିଲେ ।
ଡାଃ ଶୁଭେନ୍ଦୁ ଶେଖର ସାହୁ , ଉପ ନିର୍ଦ୍ଧେଶକ ବୌଦ୍ଧ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ସଭାର ଉଦ୍ଦେଶ୍ୟ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଚେତନତା ସୃଷ୍ଟି କରିବ ବୋଲି କହିଥିଲେ ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗୀୟ ମନ୍ତ୍ରୀ ମାନ୍ୟବର ଗୋକୁଳାନନ୍ଦ ମଲ୍ଲିକ ମହୋଦୟଙ୍କର ବାର୍ତ୍ତା ପ୍ରଦର୍ଶନ ପରେ ସଭା କାର୍ଯ୍ୟ ପ୍ରାରମ୍ଭ ହେଇଥିଲା । ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି ମାଧ୍ୟମରେ କିଭଳି ଚାଷୀଙ୍କ ଆୟ ବହୁଗୁଣିତ ହେବା ସହିତ ଯୁବାବର୍ଗ ସମନ୍ୱିତ କୃଷି ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବା ସହିତ ବେକାରୀ ସମସ୍ୟାର ଦୂରୀକରଣ କରି ସମୃଦ୍ଧି ଲାଭ କରି ପାରିବେ ବୋଲି ମୁଖ୍ୟଅତିଥି ସଚେତନ କରିଥିଲେ ।
ଏହି ମେଳାରେ ମୁଖ୍ୟ ବକ୍ତା ଭାବରେ ଡାଃ ରାମା ରାଓ ପାଲୋ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ବୌଦ୍ଧ ଏବଂ ସୁଶ୍ରୀ ଦ୍ରୌପଦୀ ମାଝୀ , ଭାରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ, ବୌଦ୍ଧ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧ ରେ ଚାଷୀ ମାନଙ୍କୁ ଅବଗତ କରାଇ ଥିଲେ ।
ଏହି ମେଳା ରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବ୍ଲକ ଅଧ୍ୟକ୍ଷ, ବୌଦ୍ଧ, ଶ୍ରୀଯୁକ୍ତ ସରୋଜ କୁମାର ମେହେର, ପ୍ରତିନିଧି, ସାଂସଦ, କନ୍ଧମାଳ, ଶ୍ରୀଯୁକ୍ତ ଧରମୁ ଧର ପୋଢ, ପ୍ରତିନିଧି, ବିଧାୟକ ବୌଦ୍ଧ ଯୋଗଦାନ ଦେଇ ଚାଷୀ ମାନଙ୍କର ମନୋବଳ ବୃଦ୍ଧି କରାଇ ଥିଲେ । ଉକ୍ତ ସଭା ରେ ଶ୍ରୀଯୁକ୍ତ ଯୁଗଳ କିଶୋର ବିଶ୍ୱାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ସଭାପତିତ୍ୱ କରି ଥିଲେ ଏବଂ ଚାଷୀ ମନ ଙ୍କୁ ନିଷ୍ଠା ର ସହ କାମ କରି ଆୟ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇ ଥିଲେ ।
ଏହି ମେଳାରେ ୮ ଜଣ ଶ୍ରେଷ୍ଠ ପ୍ରାଣିପାଳକ ଓ ମତ୍ସ୍ୟ ଚାଷୀ (ମତ୍ସ୍ୟ ବିଭାଗରୁ ୪ ଜଣ ଏବଂ ପ୍ରାଣୀ ସମ୍ପଦ ବିଭାଗରୁ ୪ ଜଣ)ଙ୍କୁ ସମ୍ବର୍ଦ୍ଧନା, ୧୦୦୦/- ଟଙ୍କା ପୁରସ୍କାର ରାଶି ,ଉତ୍ତରୀୟ, ମାନପତ୍ର ପ୍ରଦାନ କରାଯାଇଥିଲା ।
ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ରେ ଡା ଅନିଲ କୁମାର ନାହକ, ସହକାରୀ ଅଧ୍ୟାପକ, ଓ ୟୁ ଏ ଟି, ତଥା ଡାଃ ଶୁଭେନ୍ଦୁ ଶେଖର ସାହୁ , ଉପ ନିର୍ଦ୍ଧେଶକ ବୌଦ୍ଧ ଏବଂ ଶ୍ରୀ ବିଜୟ କୁମାର ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ସୁବର୍ଣ୍ଣପୁର ଯୋଗ ଦେଇ ଚାଷୀମାନଙ୍କୁ ବୈଜ୍ଞାନିକ ଭିତ୍ତି ରେ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ କରିବା ପାଇଁ ଉପାଦେୟ ପରାମର୍ଶ ଦେଇ ଥିଲେ ।
ଏହି ମେଳା ରେ ଡା ତନୁଶ୍ରୀ ନାଏକ, ଅତିରିକ୍ତ ପ୍ରାଣୀ ଚିକିସ୍ଛକ ବୌଦ୍ଧ , ଡା ରୁଦ୍ରାଶିଷ ସେଠି , ପ୍ରାଣୀ ଚିକିସ୍ଛକ ବାଉଁସୁଣୀ, ଡା ବିନୟ କୁମାର ମହାନ୍ତି, ପ୍ରାଣୀ ଚିକିସ୍ଛକ ବଘିଅ।ପଡା, ଡା ଦେବାଶିଷ ଶତପଥି, ଭ୍ରାମ୍ୟମାଣ ପ୍ରାଣୀ ଚିକିସ୍ଛକ, ବୌଦ୍ଧ ଏବଂ ସୁଶ୍ରୀ ଲିଲିପ୍ତା ଦାସ, ସହକାରୀ ମତ୍ସ୍ୟ ଅଧିକାରୀ , ବୌଦ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ । ଏଇ କାର୍ଯ୍ୟକ୍ରମ ରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ର ସମସ୍ତ କ୍ଷେତ୍ର କର୍ମଚାରୀ ମାନେ ସହଯୋଗ କରି ଥିଲେ । ଶେଷରେ ଶ୍ରୀମତୀ ଚିନ୍ମୟୀ ଶୁଭସ୍ମିତା, ସହକାରୀ ମତ୍ସ୍ୟ ଅଧିକାରୀ , ବୌଦ୍ଧ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930