Indus Valley Times

ବୌଦ୍ଧ ଲୁମୁରୁଜେନା ଗ୍ରାମରୁ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

 Breaking News

ବୌଦ୍ଧ ଲୁମୁରୁଜେନା ଗ୍ରାମରୁ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ ଲୁମୁରୁଜେନା ଗ୍ରାମରୁ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ
August 26
20:24 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୮ : ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମାଦକଦ୍ରବ୍ୟ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରୁଜେନା ଗ୍ରାମରେ ଚଢ଼ାଉ କରାଯାଇ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ବୌଦ୍ଧ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ମନମୁଣ୍ଡା ଥାନା ଅଞ୍ଚଳର ଲୁମୁର୍ଜେନା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେହି ଗ୍ରାମର ବଳଭଦ୍ର କର୍ଣ୍ଣଙ୍କ ପୁଅ ରଞ୍ଜିତ କର୍ଣ୍ଣ (୪୫)ଙ୍କ ନିକଟରୁ ଚୋରା ଚାଲାଣ ପାଇଁ ରଖାଯାଇଥିବା ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।
ଏନେଇ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୨୯/୨୦୨୬-୨୭ ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ରଞ୍ଜିତ କର୍ଣ୍ଣଙ୍କୁ କଣ୍ଟାମାଳ କୋର୍ଟରେ ହାଜର କରାଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍‌କୁ ପଠାଯାଇଛି।
ଏହି ଚଢ଼ାଉ ଓ ତଦନ୍ତରେ ଅବକାରୀ ଇନ୍ସପେକ୍ଟର ଶତପଥୀ ଙ୍କ ସହିତ ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଅବକାରୀ ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, ଅବକାରୀ କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ।
ବୌଦ୍ଧ ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଲାଣ ଓ ମାଦକଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗର ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930