Indus Valley Times

ବୌଦ୍ଧରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

 Breaking News

ବୌଦ୍ଧରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ବୌଦ୍ଧରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
July 11
20:21 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୭ : ବୌଦ୍ଧସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିପସା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୁହର ଉପ ନିବନ୍ଧକ ଗିରିଶ ଚନ୍ଦ୍ର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଶ୍ରମିକ ନେତା ଶ୍ରୀକାନ୍ତ ମିଶ୍ର, ସୁବାସ କୁମାର ପ୍ରଧାନ ମଞ୍ଚାସୀନ ଥିଲେ ।
ସହକାରୀ ମତ୍ସ୍ୟ ଅଧିକାରୀ ଚିନ୍ମୟୀ ଶୁଭସ୍ମିତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଉକ୍ତ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମତ୍ସ୍ୟ ଚାଷୀ ମାନେ ଅଂଶଗ୍ରହଣ କରିଥିଲେ ।
ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମହିଳା ଗୋଷ୍ଠୀ ମାନେ ମାଛ ଚାଷ କରି ବେଶ ଆର୍ଥିକ ସ୍ୱାବଲମ୍ବି ହୋଇପାରିଥିବା ବେଳେ ଜିଲ୍ଲାର ତିନୋଟି ବ୍ଲକ ରେ ନୂତନ ମତ୍ସ୍ୟ ଚାଷୀ ସମବାୟ ସମିତି ଗଠନ ହେବ ବୋଲି ସୂଚନା ଦିଆଯାଇଥିଲା ।
ଏହି ଅବସରରେ ବୌଦ୍ଧ ଜିଲ୍ଲାର ୨ ଜଣ ସଫଳ ମାଛ ଚାଷୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031