Indus Valley Times

ବୌଦ୍ଧରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି (DISHA) ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି (DISHA) ବୈଠକ ଅନୁଷ୍ଠିତ

ବୌଦ୍ଧରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି (DISHA) ବୈଠକ ଅନୁଷ୍ଠିତ
June 10
14:19 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୬ : ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି (DISHA) ବୈଠକ ଅନୁଷ୍ଠିତ ହୋଇଯାଇଛି।
କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କନ୍ହାଇ ଚରଣ ଡାଙ୍ଗ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ,କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମସ୍ତ ଦିସା ସଦସ୍ୟ ଯୋଗଦାନ କରିଥିଲେ ।
ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯିବା ସହ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଗ୍ରାମୀଣ ସଡ଼କ, ବିଦ୍ୟୁତ, ମହିଳା ଓ ଶିଶୁ ବିକାଶ, ଜୀବିକା ସୃଷ୍ଟି, କ୍ରୀଡ଼ା ଓ ଯୁବ ବିକାଶ ଭଳି କ୍ଷେତ୍ରର କାର୍ଯ୍ୟକ୍ରମ ଗୁଡ଼ିକର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଆକାଂକ୍ଷା ଯୋଜନା,ଭି ବି ରାମଜୀ, ପି ଏମ ସୂର୍ଯ୍ୟ ଘର, ଗ୍ରାମୀଣ ଆବାସ ଇତ୍ୟାଦି ଯୋଜନାର ସମୀକ୍ଷା ହୋଇଥିଲା ।
ଅଧ୍ୟକ୍ଷୀୟ ଅଭିଭାଷଣରେ ସାଂସଦ ଶ୍ରୀ ପାଣିଗ୍ରାହୀ ସମସ୍ତ ବିଭାଗକୁ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ସହ ଯୋଜନାର ସୁଫଳ ଯେପରି ଶେଷ ଧାଡିର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।
ଉଭୟ ବିଧାୟକ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ।
ଜିଲ୍ଲାପାଳ ଶ୍ରୀ ନାୟକ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗର ସହଯୋଗ ଲୋଡ଼ିଥିଲେ।
ବୈଠକରେ ଜନପ୍ରତିନିଧିମାନେ ବିଭିନ୍ନ ବିଭାଗ ସମ୍ପର୍କିତ ଜନସମସ୍ୟା ଉପସ୍ଥାପନ କରିଥିବାବେଳେ ସମ୍ପୃକ୍ତ ଅଧିକାରୀମାନେ ସେଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଶେଷରେ ଜିଲ୍ଲାର ସନ୍ତୁଳିତ ଓ ସମନ୍ୱିତ ବିକାଶ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଜାରି ରଖିବାକୁ ଆହ୍ୱାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଠକ ସଫଳତାର ସହ ସମାପ୍ତ ହୋଇଥିଲା। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031