Indus Valley Times

ବୌଦ୍ଧରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କିଙ୍ଗ୍ ସମୀକ୍ଷା ବୈଠକ ଅନୁଷ୍ଠିତ: ଜିଲ୍ଲାର ଦ୍ରୁତ ପ୍ରଗତି ପାଇଁ ବ୍ୟାଙ୍କ ସହଯୋଗ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

 Breaking News

ବୌଦ୍ଧରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କିଙ୍ଗ୍ ସମୀକ୍ଷା ବୈଠକ ଅନୁଷ୍ଠିତ: ଜିଲ୍ଲାର ଦ୍ରୁତ ପ୍ରଗତି ପାଇଁ ବ୍ୟାଙ୍କ ସହଯୋଗ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ବୌଦ୍ଧରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କିଙ୍ଗ୍ ସମୀକ୍ଷା ବୈଠକ ଅନୁଷ୍ଠିତ: ଜିଲ୍ଲାର ଦ୍ରୁତ ପ୍ରଗତି ପାଇଁ ବ୍ୟାଙ୍କ ସହଯୋଗ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
September 18
19:53 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୯ : ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC) ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ପ୍ରାରମ୍ଭରେ ଲିଡ୍ ବ୍ୟାଙ୍କ ମ୍ୟାନେଜର ଡନ୍ ବାସ୍କୋ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସେ ଜିଲ୍ଲାର ବ୍ୟାଙ୍କିଙ୍ଗ୍ ସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରି ଜଣାଇଥିଲେ ଯେ ଜିଲ୍ଲାରେ ମୋଟ ୨୩ଟି ବ୍ୟାଙ୍କର ୫୭ଟି ଶାଖା କାର୍ଯ୍ୟ କରୁଛି।
ଏଥିମଧ୍ୟରେ ୩୦ଟି ଜାତୀୟକରଣ ବ୍ୟାଙ୍କ ଶାଖା ଏବଂ ୫ଟି ସମବାୟ ବ୍ୟାଙ୍କ ଶାଖା ଅନ୍ତର୍ଭୁକ୍ତ। ଏହାସହ ସମଗ୍ର ଜିଲ୍ଲାରେ ମୋଟ ୫୧ଟି ଏଟିଏମ୍ (ATM) କାର୍ଯ୍ୟକ୍ଷମ ରହିଛି। ଗତ ଜୁନ୍ ୩୦ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଜମା ୨୪୨୫ କୋଟି ଟଙ୍କା, ମୋଟ ଅଗ୍ରୀମ (ଋଣ) ୨୧୭୫ କୋଟି ଟଙ୍କା ଏବଂ ସର୍ବମୋଟ ବ୍ୟବସାୟ ୪୬୦୦ କୋଟି ଟଙ୍କାରେ ପହଞ୍ଚିଛି।
ଜିଲ୍ଲାପାଳ ଶ୍ରୀ ନାୟକ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟର ଗତି ବୃଦ୍ଧି କରିବାକୁ ସମସ୍ତ ବ୍ୟାଙ୍କ ପ୍ରବନ୍ଧକମାନଙ୍କୁ ପରାମର୍ଶ ଦେଇଥିଲେ।
ନୂତନ ଉଦ୍ୟୋଗ, କଳ କାରଖାନା ଏବଂ ବ୍ୟବସାୟ ପାଇଁ ଆବଶ୍ୟକ ସହଯୋଗ ପୂର୍ବକ ଜିଲ୍ଲାର ଦ୍ରୁତ ଉନ୍ନତି ପାଇଁ ସମସ୍ତ ବ୍ୟାଙ୍କ୍ ଆଗେଇ ଆସିବାକୁ ସେ କହିଥିଲେ କ୍ଷ ଏଣିକି ପ୍ରତି ଡିସିସି (DCC) ବୈଠକରେ ଅଣ-ପ୍ରାଥମିକ କ୍ଷେତ୍ର (Non-priority sector) ର କାର୍ଯ୍ୟଦକ୍ଷତା , ଏମ୍ ଏସ ଏମ୍ ଇ ସେକ୍ଟର କାର୍ଯ୍ୟଧାରା ଉପରେ କଡ଼ା ନଜର ରଖାଯିବା ସହ ସମୀକ୍ଷା କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ। ସମସ୍ତ ବ୍ୟାଙ୍କ ସର୍ବନିମ୍ନ ୭୫ ପ୍ରତିଶତ ସିଡି ରେସିଓ (CD Ratio) ହାସଲ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ପାଳନ, ପ୍ରାଣୀ ସମ୍ପଦ ଏବଂ ଅନୁଷଙ୍ଗିକ କ୍ଷେତ୍ରରେ ଜିଲ୍ଲାର ପ୍ରଗତି ନିମନ୍ତେ ଜିଲ୍ଲା ପ୍ରଶାସନ ସହ ସହଯୋଗ କରିବାକୁ ସମସ୍ତ ଅଗ୍ରଣୀ ବ୍ୟାଙ୍କଗୁଡ଼ିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031