Indus Valley Times

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ

June 20
19:14 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୬ : ଶିଶୁ ଏବଂ କିଶୋର ଶ୍ରମିକ ପ୍ରଥାର ନିରାକରଣ ଓ ଶିଶୁ ସୁରକ୍ଷା ସମ୍ପର୍କରେ ସମସ୍ତ ସଂପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି ବୈଠକର ଉଦ୍ଦେଶ୍ୟ ଓ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିକ୍ଷା ବିଭାଗ, ଚାଇଲ୍ଡ ଲାଇନ୍, ଜିଲ୍ଲା କଲ୍ୟାଣ ଅଧିକାରୀ, ଶିଶୁ କଲ୍ୟାଣ କମିଟି, ପୋଲିସ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ଶିଶୁ ଶ୍ରମିକ ଚିହ୍ନଟ, ଉଦ୍ଧାର, ପୁନର୍ବାସ, ଶିଶୁ ସୁରକ୍ଷା ଏବଂ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ।
ବୈଠକରେ ଜିଲ୍ଲାପାଳ କହିଥିଲେ ଯେ ଶିଶୁ ଶ୍ରମିକ ପ୍ରଥା ସମାଜ ପାଇଁ ଏକ ଅଭିଶାପ। ଶିଶୁମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷିତ ପରିବେଶ ଯୋଗାଇବା ସମସ୍ତଙ୍କ ଦାୟିତ୍ୱ।
ଶିଶୁ ଶ୍ରମିକ ନିରାକରଣ କ୍ଷେତ୍ରରେ ଶ୍ରମ ବିଭାଗ, ପୋଲିସ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ସମସ୍ତ ଅଂଶୀଦାରଙ୍କ ମିଳିତ ଉଦ୍ୟମ ଆବଶ୍ୟକ।
ସେ ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ ନିୟମିତ ନିରୀକ୍ଷଣ, ଜନସଚେତନତା ଏବଂ ଉଦ୍ଧାର କାର‌୍ୟ୍ୟକ୍ରମକୁ ଅଧିକ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିନିଧି, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ୍, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସମସ୍ତ ସହକାରୀ ଶ୍ରମ ଅଧିକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇଥିଲେ।
ଶେଷରେ ଶିଶୁ ଏବଂ କିଶୋର ଶ୍ରମିକ ମୁକ୍ତ ବୌଦ୍ଧ ଜିଲ୍ଲା ଗଠନ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ ଓ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସଂକଳ୍ପ ଗ୍ରହଣ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930